ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର, ୨୭ ମଇ (ହି.ସ)- ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀ ସମ୍ମିଳନୀ କକ୍ଷରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ସମ୍ମିଳନୀକୁ ସମ୍ବୋଧନ କରି ଓଡିଶା ଅମଲା ସଂଘର ଦ
eftgh


ଭୁବନେଶ୍ୱର, ୨୭ ମଇ (ହି.ସ)- ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀ ସମ୍ମିଳନୀ କକ୍ଷରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ସମ୍ମିଳନୀକୁ ସମ୍ବୋଧନ କରି ଓଡିଶା ଅମଲା ସଂଘର ଦାବିଗୁଡିକ ସମ୍ପର୍କରେ ଅବଗତ ହୋଇଥିଲେ । ଆଜିର ଉଦଯାପନୀ ଦିବସର ଦ୍ୱିତୀୟ।ର୍ଦ୍ଧରେ ଆସନ୍ତା ତିନି ବର୍ଷ ପାଇଁ ସଂଘର କାର୍ଯ୍ୟକର୍ତା ନିର୍ବାଚିତ ହୋଇଥିଲେ । ଏଥିରେ ଅଧ୍ୟକ୍ଷ ଭାବେ ଅଶୋକ କୁମାର ପଣ୍ଡା, ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି କିରଣ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ସଂଗଠନ ସମ୍ପାଦକ ଅରୁଣ କୁମାର ବଳିଆର ସିଂହ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ମହାପାତ୍ର, ମେଡିଆ ସମ୍ପାଦକ ଗୁରୁ ଗୋବିନ୍ଦ ଦଳାଇଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତା ମାନେ ନିର୍ବାଚିତ ହୋଇଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande