ଜିଲ୍ଲାର ପୁର୍ବତନ ସଭାପତିଙ୍କୁ ଦୁର୍ବ୍ୟବହାର ନେଇ ବିଜେପି ପ୍ରଶିକ୍ଷଣ ଶିବିରରେ ଅସନ୍ତୋଷ

ସମ୍ବଲପୁର, ୨୭, ମେ (ହି.ସ.) ଦୀର୍ଘ ବର୍ଷର ବ୍ୟବଧାନ ପରେ କେନ୍ଦ୍ର ଓ ରାଜ୍ୟରେ ଏବେ ବିଜେପି ସରକାର ଶାସନ କଳରେ ରହିଛି । ମାତ୍ର ଦଳର ପୁରୁଖା ତଥା ପୁରୁଣା ନେତାଙ୍କୁ ଅଣଦେଖା କରାଯିବା ସହ କୋଣଠେସା କରାଯାଉଥିବା ଭଳି ଅଭିଯୋଗ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ରାଜ୍ୟର ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ସର୍ବାଧିକ ମଜଭୁତ ଥିବା ବେଳେ ବର୍ତ୍ତମାନର ନବଗଠିତ ନେତୃମଣ୍ଡଳୀ କିଛି ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ନିକଟରେ କିଶୋଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ପରିସରରେ ବିଜେପିର ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବହୁ ପୁରୁଖା ଓ ତୁଙ୍ଗ ନେତାମାନଙ୍କ ସହ ବହୁ ଉଦୀୟମାନ କର୍ମୀ ସଙ୍ଗଠକ ମାନେ ମଧ୍ୟ ଯୋଗ ଦେଇଥିଲେ । ହେଲେ ଏହି ପ୍ରଶିକ୍ଷଣ ଶିବିର ବୈଠକରେ ପୂର୍ବତନ ସମ୍ବଲପୁର ଜିଲ୍ଲା ସଭାପତି ଗିରିଷ ପଟେଲଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ଭଳି ଅଭିଯୋଗ ଏବଂ ବୈଠକରୁ ଚାଲିଯିବା ପାଇଁ କୌଣସି ରାଜ୍ୟ ସ୍ତରୀୟ ଦଳୀୟ ପଦାଧିକାରୀଙ୍କ ପକ୍ଷରୁ ନିର୍ଦ୍ଧେଶ ଦିଆଯିବା ଘଟଣା ସମ୍ଭବତଃ ସମ୍ବଲପୁର ବିଜେପି ସଙ୍ଗଠନରେ କିଛି ଠିକ୍ ଠାକ୍ ଚାଲିନଥିବା କୁହାଯାଉଛି । ଅବଶ୍ୟ ଏହି ଘଟଣା ସମ୍ପର୍କରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳି ନଥିଲେ ମଧ୍ୟ ଦଳର ନେତୃତ୍ୱ ଓ ସଙ୍ଗଠନକୁ ନେଇ ବଡ଼ ଧରଣର ତୁତୁ ମେମେ ଚାଲିଥିବା ଅଭିଯୋଗ ହୋଇଛି । ବିଜେପି ଶିବିରର ଏହିଭଳି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ତୀକ୍ଷ୍ଣ ନଜର ରଖି ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବା ମଧ୍ୟ ରାଜନୈତିକ ପର୍ଯ୍ୟାଲୋଚନାର ପ୍ରସଙ୍ଗ ପାଲଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande