

କନ୍ଧମାଳ, ୨୭ ମଇ(ହି.ସ.) – କନ୍ଧମାଳ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଆଜି ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସାମ୍ବାଦିକମାନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାରରେ ଜିଲ୍ଲାର ବିଭିନ୍ନ ସମସ୍ୟା, ଅସାମାଜିକ ବ୍ୟକ୍ତିଙ୍କୁ ସୁଧାରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବା ସମେତ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ନିଶା କାରବାର, ସଡ଼କ ସୁରକ୍ଷା, ପୋକ୍ସୋ ମାମଲା ଓ ପୋଲିସ୍ପା ପେଟ୍ରୋଲିଂକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଏହି ସଂକ୍ରାନ୍ତରେ ନୂତନ ଉପାୟ ସମ୍ବନ୍ଧରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପଚାରି ବୁଝିଥିଲେ। କନ୍ଧମାଳ ଜିଲ୍ଲାର ମାଓବାଦୀ ସମସ୍ୟା, ଗଞ୍ଜେଇ ମାଫିଆଙ୍କ ଚୋରାଚାଲାଣ ସମୂଳେ ଉତ୍ପାଟନ କରାଯିବାକୁ ପଦକ୍ଷେପ ନେବି ବୋଲି କହିଥିଲେ। ଏଥିପାଇଁ ଆପଣମାନଙ୍କ ସହଯୋଗ ଏବଂ ସର୍ବସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ମତପୋଷଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ