
କେନ୍ଦ୍ରାପଡ଼ା ୨୭ ମେ (ହି.ସ.)-କେନ୍ଦ୍ରାପଡାଜିଲ୍ଲାରପାଟକୁରା ପୋଲିସ ଠାରୁ ନ୍ୟାୟ ନମିଳିବାରୁ ସପରିବାର କେନ୍ଦ୍ରାପଡାଜିଲ୍ଲାକାର୍ଯ୍ୟାଳୟ ଆଗରେଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଖବର ନେବାରୁ ଜଣାପଡିଛି ଯେ - ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଟିରା ଗ୍ରାମର ବନମାଳୀ ବେହେରାଙ୍କ ପତ୍ନୀ ଏବଂ ବିବାହିତ ଝିଅ ସଂଗୀତା ବେହେରା ଏବଂ ଛୋଟ କୁନି ନାତୁଣୀକୁ ସେହି ଗ୍ରାମର କିଛି ମୁଷ୍ଟିମେୟ ଓ ଅସାମାଜିକ ବ୍ୟକ୍ତି ପୂର୍ବ ଜମିବାଡ଼ି ଜନିତ ବିବାଦ ଓ ଶତ୍ରୁତାକୁ କେନ୍ଦ୍ରକରି ପ୍ରତିଦିନ ସଂଗୀତା ବେହେରା ଏବଂ ତାଙ୍କ ମାଙ୍କୁ ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଭିନ୍ନ ମାରଣା ଅସ୍ତ୍ରରେ ଆକ୍ରମଣ କରି ମାଡ଼ମାରି ଦୀର୍ଘଦିନ ହେବ ମେଡିକାଲରେ ପକାଇବା ପରେ ସଂଗୀତାଙ୍କ ମା ଏହି ଘଟଣା ବିଷୟରେ ପାଟକୁରା ଥାନାରେ ବାରମ୍ବାର ଲିଖିତ ଅଭିଯୋଗ କରିବାପରେ ମଧ୍ୟ ପାଟକୁରା ଥାନାଅଧିକାରୀଉକ୍ତ କେସନେଇ ପୀଡିତା ପରିବାରକୁ ନ୍ୟାୟ ଦେବା ବଦଳରେ ଓଲଟି ଅଭିଯୁକ୍ତ ମାନଙ୍କୁ ନ ଧରିପୀଡ଼ିତାଙ୍କ ପରିବାର ଥାନାକୁ ଗଲେ ସେମାନଙ୍କୁ ଗାଳିଗୁଲଜ କରିବା ସଂଗେ ସଂଗେ ଧମକ ଚମକ ଦେଇ ଥାନାରୁ ତଡ଼ିଦେବା ଏବଂ ଅଭିଯୁକ୍ତମାନେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ ନକରି ରାଜନୈତିକ ଚାପରେ ଘଣ୍ଟ ଘୋଡାଇବା ଭଳି ସଂଗୀନ ସଂଗୀନ ମୂଳକ ଅଭିଯୋଗ ମାନ ପାଟକୁରା ଥାନା ପୋଲିସ ନାମରେ ଆଣି ନିରୁପାୟ ହୋଇ ପୀଡିତା ସଂଗୀତା ଏବଂ ତାଙ୍କ ମା ପୋଲିସର ଏପରି ଅମାନୁଷିକ କାର୍ୟ୍ୟପାଇଁ ବାରମ୍ବାର ଏସପିଙ୍କି କାର୍ୟ୍ୟାଳୟକୁ ନ୍ୟାୟପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଜିଲ୍ଲାକାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣାରେବସିଥିବାଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି