ଝାରସୁଗୁଡ଼ାରେ ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ପ୍ରଶିକ୍ଷଣ
Training programme for blo
ଝାରସୁଗୁଡ଼ାରେ ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ପ୍ରଶିକ୍ଷଣ


ଝାରସୁଗୁଡ଼ା, 27 ମେ (ହି.ସ.)

ଝାରସୁଗୁଡ଼ା ଜିଲ୍ଲାରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (ଏସ୍ଆଇଆର୍) କାର୍ଯ୍ୟକ୍ରମକୁ ସଫଳ ରୂପେ ରୂପାୟନ କରିବା ପାଇଁ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ 0୬-ବ୍ରଜରାଜନଗର ଏବଂ 0୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀକୁ ସାମିଲ କରି ଆୟୋଜିତ କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ-ତଥା-ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାୟ 0୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଉପ-ଜିଲ୍ଲାପାଳ-ତଥା-ଇଆରଓ ଏବଂ ସମସ୍ତ ଏଇଆରଓ ମାନଙ୍କ ଦ୍ୱାରା ସମ୍ପୃକ୍ତ ବ୍ଲକ, ତହସିଲ ଓ ପୌରପାଳିକା ସ୍ତରରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ପ୍ରଶିକ୍ଷଣ ଅଧିବେଶନରେ ମେଦାନୀ ସ୍ତରର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟଧାରା ସମ୍ବନ୍ଧୀୟ ସ୍ପଷ୍ଟତା ଆଣିବା ସହିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ତୃଣମୂଳ ସ୍ତରରେ ନିଷ୍ଠାପର କାର୍ଯ୍ୟନିଷ୍ପାଦନ ମାଧ୍ୟମରେ ସହଜ, ଅନ୍ତର୍ଭୁକ୍ତୀକରଣମୂଳକ ଏବଂ ସଠିକ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ବୋଲି ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande