ଦାଡ଼ିଆପଦରେ ବଣୁଆ ହାତୀପଲ ଆତଙ୍କ
ବଲାଙ୍ଗୀର, ୨୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଳା ମୁରିବାହାଲ ରେଞ୍ଜ ଅଂଚଳରେ ଦୀର୍ଘ ଦୁଇ ବର୍ଷ ଧରି ବଣୁଆ ହାତୀପଲ ଆତଙ୍କ ସୃଷ୍ଟି କରୁଛନ୍ତି। ଏବେ ରେଞ୍ଜ ଅଂଚଳରେ ୨୧ଟିକିଆ ବଣୁଆ ହାତୀପଲ ବିଭିନ୍ନ ଗାଁକୁ ଯାଇ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି। ରାତ୍ରିରେ ଏହି ହାତୀପଲ ସଦର ସେକ୍ସନ ହଳଦୀ ଗ୍ରା
ଦାଡିଆପଦରେ ବଣୁଆ ହାତୀପଲ ଆତଙ୍କ


ବେଆଇନ ବିଦେଶୀ ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତା କୁ ଗିରଫ କଲା ପୁଲିସ   ମୁରିବାହାଲ:୨୭/୫(ଏକ୍ସପ୍ରେସ ନ୍ୟୁଜ୍) ବଲାଙ୍ଗିର ଜିଲ୍ଳା ବଙ୍ଗୋମୁଣ୍ଡା ସମେତ ମୁରିବାହାଲ ବ୍ଳକ ଅଞ୍ଚଳ ର ଗାଁ ଗାଁକୁ ବେଆଇନ ବିଦେଶୀ ମଦ ଯୋଗାଣ କରି ସମ୍ପୁର୍ଣ୍ଣ ବନ୍ୟା ସୃଷ୍ଟି କରୁଥିବା ବଙ୍ଗୋମୁଣ୍ଡା ଏଫଏଲ୍ ସୋପ ମ୍ୟାନେଜର ତଥା ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତା ଙ୍କୁ ମୁରିବାହାଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପୂର୍ବରୁ ଏହି ଥାନା  ଗରେଇ ରେ ଥିବାକେ ୩ହୋଟେଲର ମାଲିକ କ୍ଷୀରୋଦ ନାଗଙ୍କ ନିକଟରୁ ବିପୁଳ ବିଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତ କୁ ପଠାଇ ଥିଲା। ଅଭିଯୁକ୍ତ କ୍ଷୀରୋଦ ସମସ୍ତ ଜବତ ବିଦେଶୀ ମଦ ଅନ୍ୟମାନଙ୍କ ପରି ବଙ୍ଗୋମୁଣ୍ଡାର ମଦ ବିକ୍ରେତା ଶ୍ରୀ ଗୁପ୍ତାଙ୍କ ନିକଟରୁ ଆଣିଥିବା ପ୍ରକାଶ କରିଥିଲା। ଏହି ମାମଲାରେ ପୁଲିସ କେଶ ନଂ ୮୫/୨୬ମାମଲା ରୁଜୁ କରି ବେଆଇନ ମଦ ବିକ୍ରେତା ସଞ୍ଜିବ କୁମାର ଗୁପ୍ତା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।


ବଲାଙ୍ଗୀର, ୨୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଳା ମୁରିବାହାଲ ରେଞ୍ଜ ଅଂଚଳରେ ଦୀର୍ଘ ଦୁଇ ବର୍ଷ ଧରି ବଣୁଆ ହାତୀପଲ ଆତଙ୍କ ସୃଷ୍ଟି କରୁଛନ୍ତି। ଏବେ ରେଞ୍ଜ ଅଂଚଳରେ ୨୧ଟିକିଆ ବଣୁଆ ହାତୀପଲ ବିଭିନ୍ନ ଗାଁକୁ ଯାଇ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି। ରାତ୍ରିରେ ଏହି ହାତୀପଲ ସଦର ସେକ୍ସନ ହଳଦୀ ଗ୍ରାମପଂଚାୟତ ଦାଡିଆପଦର ଗାଁ ଭିତରକୁ ପଶିଆସି ବହୁ ଘର ଦ୍ୱାର ଭଙ୍ଗାରୁଜା କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଲକ୍ଷେଶ୍ୱର ଧରୁଆ ଙ୍କ ସହ ଅନ୍ୟମାନଙ୍କ ଘରକୁ ହାତୀପଲ ଭାଙ୍ଗି ଦେବାରୁ ଅଳ୍ପକେ ପରିବାର ଲୋକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି। ହାତୀପଲ ଗାଁ ଭିତରକୁ ପଶି ଘରଦ୍ୱାର ଭଙ୍ଗାରୁଜା ସହ ଆତଙ୍କ ସୃଷ୍ଟି କରୁଥିବାରୁ ଗ୍ରାମବାସୀ ମାନେ ରାତିସାରା ସମ୍ପୁର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହାପୂର୍ବରୁ ଗତ ଏପ୍ରିଲ ୧୯ତାରିଖ ମଧ୍ୟରାତ୍ରିରେ ହାତୀପଲ ଏହି ଗାଁକୁ ଘେରିଯାଇ ଆତଙ୍କ ସୃଷ୍ଟି କରିଥିଲେ। ଲୋକେ ଗାଁରେ ଥିବା କେତେଜଣଙ୍କ ଛାତ ଘର ଉପରେ ଆଶ୍ରୟ ନେଇଥିଲେ। ହାତୀପଲ ଦ୍ୱାରା ଘର ଦ୍ୱାର ଭଙ୍ଗାରୁଜା କରିଥିବା ପୀଡ଼ିତ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏ ସଂମ୍ପର୍କରେ ମୁରିବାହାଲ ସଦର ସେକ୍ସନ ଫରେଷ୍ଟର ଧୃବଚରଣ ବଗର୍ତୀ ଙ୍କୁ ପଚାରିବାରୁ ହାତୀପଲ ଙ୍କ ଦ୍ୱାରା ଘରଦ୍ୱାର ଭଙ୍ଗାରୁଜା ର ତଦନ୍ତ ଜାରି ରହିଛି, ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande