
ଭୁବନେଶ୍ୱର, 27 ମେ (ହି.ସ.)
- ପୁଣି
ବିଜୟାନନ୍ଦ ଚିନି କଳ କାର୍ଯ୍ୟକ୍ଷମ ହେବ । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ସୂଚନା ଦେଇଛନ୍ତି । ଚିନି କଳ ପରିଦର୍ଶନ ଅବସରରେ ଉପମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି । ଏ
ନେଇ ଜିଲ୍ଲାପାଳ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବେ । ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ପକ୍ଷରୁ
ଚିନିକଳ କାର୍ଯ୍ୟକ୍ଷମ ହେବ ।
ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ଆଜି ବଲାଙ୍ଗିର ଜିଲ୍ଲାର ଦେଓଗାଁ ସୁଗର ମିଲ୍ ପରିଦର୍ଶନ କରିଲି, ଯାହାର ପୁନର୍କାର୍ଯ୍ୟକ୍ଷମ ପ୍ରୟାସ ଚାଲିଛି। ଏହି ପଦକ୍ଷେପ
ଚାଷୀମାନଙ୍କୁ ସଶକ୍ତ କରିବା, ସହକାରୀ ଶିଳ୍ପକୁ ପୁନର୍ଜୀବିତ କରିବା ଏବଂ ଓଡ଼ିଶାର କୃଷି-ଶିଳ୍ପ ଉନ୍ନତିକୁ ଆହୁରି
ସୁଦୃଢ଼ କରିବା ପ୍ରତି ଆମ ସରକାରଙ୍କ ଅଙ୍ଗୀକାରକୁ ପ୍ରତିଫଳିତ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା