
ଭୁବନେଶ୍ୱର, ୨୭ ମଇ (ହି.ସ)- ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି ତେଲ ଦର ବୃଦ୍ଧି ପରେ ବିଭିନ୍ନ ସ୍ଥାନରେ ବସ୍ ଭଡ଼ା ଅଧିକ ନେଉଥିବା ଅଭିଯୋଗ ଆସିଛି। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ୨ ପ୍ରତିଶତ ବଢ଼ିଥିଲା । କିନ୍ତୁ ବିଭିନ୍ନ ସ୍ଥାନରୁ ଅଧିକ ଭଡ଼ା ନେଉଥିବା ଅଭିଯୋଗ ଆସୁଛି । ବିଭାଗ ଏହା ଉପରେ ନଜର ରଖି ଯାଂଚ କରୁଛି। ଲୋକମାନେ ଅଧିକ ନ ଦେଇ ସଠିକ୍ ଭଡ଼ା ଦେଇ ଯାତ୍ରା କରିବାକୁ ପରିବହନ ମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା