
ଭୁବନେଶ୍ୱର, ୨୭ ମଇ (ହି.ସ)- ଦଳୀୟ ମହିଳା କର୍ମୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମିନକେତନ ବେହେରାଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅନୁମୋଦନ କ୍ରମେ ଏହି ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା