
ଭୁବନେଶ୍ୱର, 27 ମେ (ହି.ସ.)- କେନ୍ଦ୍ରମନ୍ତ୍ରୀ
ନୀତିନ ଗଡକାରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ ଏକ ବାର୍ତ୍ତା ଜାରି କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସହଯୋଗୀ ଏବଂ ପାର୍ଟିର
ବରିଷ୍ଠ ନେତା ଶ୍ରୀ ନିତିନ ଗଡକରୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସଡକ ନିର୍ମାଣ, ଆଧୁନିକ ସଂଯୋଗ ବ୍ୟବସ୍ଥା ଏବଂ ଏକ୍ସପ୍ରେସୱେ ନେଟୱର୍କର ବିସ୍ତାରରେ
ଆପଣଙ୍କର ନେତୃତ୍ୱ ଦେଶର ବିକାଶ ଯାତ୍ରାକୁ ଅଭୂତପୂର୍ବ ଗତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ
‘ବିକଶିତ ଭାରତ’ ସଙ୍କଳ୍ପକୁ ସାକାର କରିବାରେ ଆପଣଙ୍କ ଅବଦାନ ଅତ୍ୟନ୍ତ
ଗୁରୁତ୍ୱପୂର୍ଣ୍ଣ। ଭଗବାନଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ଜୀବନ ପାଇଁ
ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା