
ଭୁବନେଶ୍ୱର, ୨୭ ମଇ (ହି.ସ)- ରାଜ୍ୟ ମତ୍ସ୍ୟଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ଦିନ ପୋଲସରା ପଂଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଏକାଦଶତମ ସାଧାରଣ ଅଧିବେଶନରେ ଯୋଗଦେଇଥିଲେ। ଏହି ଅବସରରେ ସଭ୍ୟମାନଙ୍କ ସହ ପଂଚାୟତ ସ୍ତରର ଉନ୍ନୟନମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟା ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ହିଁ ଆମର ପ୍ରମୁଖ ଲକ୍ଷ୍ୟ। ପୋଲସରାବାସୀଙ୍କ ସେବା ପାଇଁ ଆମ ସରକାରର ପ୍ରତିବଦ୍ଧତା ବଜାୟ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା