ଗରମରେ  ସିଝୁଛି  କୋରାପୁଟ : ଜନଜୀବନ ଅସ୍ତବ୍ୟସ୍ତ
ଜୟପୁର, 27 ମେ (ହି.ସ.) - ଗରମ ରେ ସିଝୁଛି କୋରାପୁଟ । ପୂର୍ବାହ୍ନ ୧୦ଟା ନ ହେଉଣୁ ପାରଦ ଟପୁଛି ୪୦ ଡିଗ୍ରୀ । କୋରାପୁଟ ଜିଲା ସହ ଜୟପୁର, ସୁନାବେଡା, କୋଟପାଡ, ସେମିଳିଗୁଡା, ଲକ୍ଷ୍ମୀପୁର, ବୋରିଗୁମ୍ମା, ବୈପାରିଗୁଡା ସହର ସମେତ ସାରା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଗ୍ରୀଷ୍ମ ପ୍ରବାହକୁ
ଗରମ ରେ  ସିଝୁଛି  କୋରାପୁଟ : ଜନଜୀବନ ଅସ୍ତବ୍ୟସ୍ତ


ଜୟପୁର, 27 ମେ (ହି.ସ.) - ଗରମ ରେ ସିଝୁଛି କୋରାପୁଟ । ପୂର୍ବାହ୍ନ ୧୦ଟା ନ ହେଉଣୁ ପାରଦ ଟପୁଛି ୪୦ ଡିଗ୍ରୀ । କୋରାପୁଟ ଜିଲା ସହ ଜୟପୁର, ସୁନାବେଡା, କୋଟପାଡ, ସେମିଳିଗୁଡା, ଲକ୍ଷ୍ମୀପୁର, ବୋରିଗୁମ୍ମା, ବୈପାରିଗୁଡା ସହର ସମେତ ସାରା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ଆକାଶରୁ ନିଆଁ ବର୍ଷୁଛି । ସକାଳ ୧୧ଟା ବାଜିଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଜିଲ୍ଲାର ଜୟପୁର ସହରରେ ଗ୍ରୀଷ୍ମର ପ୍ରକୋପ ଏମିତି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପୂର୍ବାହ୍ନ ୧୧ଟାରେ ହିଁ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । ଜରୁରୀ କାମ ଥିଲେ ହେଁ ଲୋକେ ବାହାରକୁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାରେ ଯାଉଥିବା ଲୋକେ ଲସି କିମ୍ବା ସରବତ ଦୋକାନରେ ଭିଡ ଜମାଉଛନ୍ତି । ଜୟପୁର ସହରରେ ବିଗତ ବର୍ଷ ଠାରୁ ଏକ ଭିନ୍ନ ଧରଣର ଖରା ହେଉଛି । ୪୦ ଡିଗ୍ରୀ ଉପରେ ଖରା ହେଉଛି । ହେଲେ ଅଧିକ ତାପମାତ୍ରା ଅନୁଭୂତ ହେଉଛି । ଖର । ପାଇଁ ୧୧ଟା ହେଲେ ଲୋକେ ବାହାରୁ ନାହାନ୍ତି । ଜରୁରୀ କାମ ପଡିଲେ ହିଁ ବାହାରକୁ ବାହାରୁଛନ୍ତି । ଖରରେ ଅଂଶୁଘାତର ସମ୍ଭାବନା ଦେଖା ଯାଉଛି । ଯେଉଁ ଭଳି ଖରା ହେଉଛି ଯଦି ଚଷମା କିମ୍ବା ଚର୍ମ ନ ଘୋଡାଇଲେ ବହୁତ ସମସ୍ୟା ହେଉଛି । ବିନା କାମରେ ଖରାରେ ବାହାରିବା ବହୁତ କଷ୍ଟ । ଦିନ ୧୧ ଟାରେ ହିଁ ୪୨ ଡିଗ୍ରୀ ଖରା ଅନୁଭୂତ ହେଉଛି । ବାହାରକୁ ବାହାରିଲେ ଲସି କିମ୍ବା ସର୍ବତ କିଛିନ ପିଇଲେ ମନକୁ ଶାନ୍ତି ଲାଗୁନି । ଯେଉଁ ଭଳି ଭାବରେ ଖରା ଏବଂ ଗୁଳୁଗୁଳି ହେଉଛି ଦେହ ଜଳିଗଲା ପରି ଲାଗୁଛି । ଘରେ ମଧ୍ୟ ରହି ହେଉ ନାହୁଁ ବାରମ୍ୱାର ବିଜୁଳି କାଟ ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୟପୁର ସହର ଖରୁଜିବନ୍ଦ, ବୋରିଗୁମ୍ମା ବ୍ଲକର ବେଣାଗାଁ ରେ ମାଛ ମଡକ ଦେଖାଯାଇଥିଲା । ଗରମ ଯୋଗୁଁ ମାଛ ମରି ପାଣିରେ ଭାସୁଥିବା ଦେଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande