ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ - ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୭ ମଇ (ହି.ସ)- ବାଂଲା ଅନୁପ୍ରବେଶ ହଟାଇବା ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରୁ ବାଂଲା ଅନୁପ୍ରବେଶ ହଟାଇବାକୁ ସରକାର ପଦକ୍ଷେପ ନେଉଛନ୍ତି। ଅନୁପ୍ରବେଶ ଉପରେ ଓଡ଼ିଶା ସରକାର ସଜାଗ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବି
prithiviraj harichandan


ଭୁବନେଶ୍ୱର, ୨୭ ମଇ (ହି.ସ)- ବାଂଲା ଅନୁପ୍ରବେଶ ହଟାଇବା ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରୁ ବାଂଲା ଅନୁପ୍ରବେଶ ହଟାଇବାକୁ ସରକାର ପଦକ୍ଷେପ ନେଉଛନ୍ତି। ଅନୁପ୍ରବେଶ ଉପରେ ଓଡ଼ିଶା ସରକାର ସଜାଗ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି । ଗତବର୍ଷ କିଛି ଅନୁପ୍ରବେଶକାରୀ ଚିହ୍ନଟ କରାଯାଇ ବାହାର କରାଯାଇଛି। ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande