
ଭୁବନେଶ୍ୱର, 27 ମେ (ହି.ସ.)- ରାଜ୍ୟସଭା
ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭାରେ
ଆଗରୁ ସଂଖ୍ୟା ଗରିଷ୍ଠତା ନଥିଲା, ଏବେ
ମେଜରିଟି ଅଛି । ଏବେ ପୁଣି ଆଉ ଗୋଟିଏ ସିଟ୍ ବିଜେପିର ବଢିବ ।
ସୁଜିତ୍ କୁମାର, ମମତା ମହନ୍ତ ଇସ୍ତଫା ଦେଇ ପୁଣି ରାଜ୍ୟସଭା ଗଲେ ।
ଯିଏ ଇସ୍ତଫା ଦେଇ ଆସିଛନ୍ତି, ତାଙ୍କ ସମ୍ଭାବନା ଅଧିକ ରହିଛି ବୋଲି
ସେ କହିଛନ୍ତି । ତେବେ କିଏ ପ୍ରାର୍ଥୀ ହେବେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା