ଟଙ୍କା କାରବାରକୁ ନେଇ ସଂଘବଦ୍ଧ ଆକ୍ରମଣ : ଜଣେ ମହିଳା ଗୁରୁତର : ୨ କୋର୍ଟ ଚାଲାଣ
ଧର୍ମଶାଳା,୨୭ ମେ (ହି.ସ.) - ଟଙ୍କା କାରବାରକୁ ନେଇ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତ ରତପୁର ଗ୍ରାମରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହି ଘଟଣାରେ ଜଣେ ମହିଳା ଗୁରୁ୍ତର ଆହତ ହୋଇ ମେଡିକାଲରେ ଚିକତ୍ସିତ ହେବଉଥିବା ବେଳେ ବ୍ରହ୍ମବରଦା ପୁଲିସ ୨ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରି
ଟଙ୍କା କାରବାରକୁ ନେଇ ସଂଘବଦ୍ଧ ଆକ୍ରମଣ : ଜଣେ ମହିଳା ଗୁରୁତର :  ୨ କୋର୍ଟ ଚାଲାଣ


ଧର୍ମଶାଳା,୨୭ ମେ (ହି.ସ.) - ଟଙ୍କା କାରବାରକୁ ନେଇ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତ ରତପୁର ଗ୍ରାମରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହି ଘଟଣାରେ ଜଣେ ମହିଳା ଗୁରୁ୍ତର ଆହତ ହୋଇ ମେଡିକାଲରେ ଚିକତ୍ସିତ ହେବଉଥିବା ବେଳେ ବ୍ରହ୍ମବରଦା ପୁଲିସ ୨ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି । ରତପୁର ଗ୍ରାମର ବିନୋଦ ମଲିକଙ୍କ ପୁଅ ସତ୍ୟ ସୁନ୍ଦର(୪୧) ଓ ଜତ ମଲିକଙ୍କ ପୁଅ ଟିକନ(୪୦)ଙ୍କୁ କେସ ନଂ ୧୦୬ା୨୬ରେ କୋର୍ଟ ଚାଲାଣ କରାଯାଇଛି । ଦୁହେିଁଙ୍କ ନାମରେ ପୂର୍ବରୁ ଥାନାରେ ଏକ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ କହିଛି । ସେପଟେ ଏହି ଘଟଣାରେ ରତପୁର ଗ୍ରାମର ଉଲି ନାୟକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଥାନାରେ ତାଙ୍କ ସ୍ୱାମୀ ବାଙ୍କ ବିହାରୀ ୬ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ ।

ସୂଚନା ମୁତାବକ,ଚଳିତ ମାସ ୨୧ ତାରିଖ ବିଳମ୍ବିତ ରାତିରେ ଟଙ୍କା କାରବାରକୁ ନେଇ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରତପୁର ଗ୍ରାମରେ ସତ୍ୟ ସୁନ୍ଦର ଓ ବାଙ୍କ ବିହାରୀଙ୍କ ପରିବାର ମଧ୍ୟରେ ବଚସା ହୋଇ ଉଗ୍ର ରୂପ ନେଇଥିଲା । ଏହି ଘଟଣାରେ ଠେଙ୍ଗା ଓ ଟେକା ପଥର ମାଡରେ ବହୁ ବ୍ୟକ୍ତି ଆହତ ହେଇଥିଲେ । ସେମାନଙ୍କ ମଧ୍ୟରୁ ଉଲିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଏହି ଗଟଣାରେ ଉଭୟ ପକ୍ଷରୁ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଥିଲା । ଆଜି ଏହି ଘଟଣାରେ ୨ଜଣଙ୍କୁ ପୁଲିସ ଗିରଫ କରିବା ସହିତ ଠେଙ୍ଗାକୁ ଜବତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande