
ଭୁବନେଶ୍ୱର, 27 ମେ
(ହି.ସ)କେନ୍ଦୁଝର
ଜିଲ୍ଲାର ଚମ୍ପୁଆରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରି ଏସିଏସଓ ଧୂମରାମ ମୁର୍ମୁଙ୍କୁ 15,000 ଟଙ୍କା
ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ।
ସୂତ୍ର ଅନୁସାରେ, ଅଭିଯୁକ୍ତ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜଣେ ସ୍ଥାନୀୟ ଲ୍ୟାମ୍ପସଇନଚାର୍ଜଙ୍କ ପାଖରୁ ଧାନ କ୍ରୟ (ପ୍ୟାଡି ପ୍ରୋକ୍ୟୁରମେଣ୍ଟ)
ସମ୍ବନ୍ଧୀୟ ମାମଲାରେ ଲାଞ୍ଚ ଦାବି କରି ନେଉଥିବା ସମୟରେ ଧରାଯାଇଛି। ଏହି କ୍ରୟ ସମ୍ପ୍ରତି
ଚାଲୁଥିବା ଖରିଫ ବିପଣନ ସିଜିନ ସମୟରେ କରାଯାଇଛି।
ଭିଜିଲାନ୍ସର ତଦନ୍ତରେ ଏହା
ମଧ୍ୟ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ଅଧିକାରୀ ଅନ୍ୟାନ୍ୟ ଧାନ କ୍ରୟ କେନ୍ଦ୍ରଗୁଡ଼ିକରୁ ମଧ୍ୟ କଥିତଭାବେ ଲଞ୍ଚ ଦାବି
କରୁଥିଲେ। କାର୍ଯ୍ୟାନୁଷ୍ଠାନ ସମୟରେ ସମ୍ପୂର୍ଣ୍ଣ 15,000 ରାଶି ତାଙ୍କ ପାଖରୁ ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ
ଟିମ୍ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଏକାସାଥିରେ ଚଢ଼ାଉ ଆରମ୍ଭ କରିଛି। ଏହି
ମାମଲାରେ ବାଲେଶ୍ୱର ଭିଜିଲାନ୍ସ ପୁଲିସ ଷ୍ଟେସନରେ କେସ୍ ନମ୍ବର 08/2026 ରଜୁ କରାଯାଇଛି ଏବଂ
ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, 2018 ର ଧାରା 7 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା