୧୨ ଘଂଟିଆ ଜୟପୁର ବନ୍ଦ
ଜୟପୁର, ୨୮ ମଇ (ହି.ସ.)- ଆଜି ୧୨ ଘଂଟିଆ ଜୟପୁର ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଜୟପୁର ସ୍ଥିତ ପେପର ମିଲ୍ ପୁନଃ କାର୍ଯ୍ୟକ୍ଷମ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସମର୍ଥନ ଜଣାଇ
୧୨ ଘଂଟିଆ ଜୟପୁର ବନ୍ଦ


ଜୟପୁର, ୨୮ ମଇ (ହି.ସ.)- ଆଜି ୧୨ ଘଂଟିଆ ଜୟପୁର ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଜୟପୁର ସ୍ଥିତ ପେପର ମିଲ୍ ପୁନଃ କାର୍ଯ୍ୟକ୍ଷମ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ । ଆଜି ସକାଳ ଠାରୁ ଜୟପୁରର ବିଭିନ୍ନ ସ୍ଥାନରେ ଏନେଇ ପ୍ରତିବାଦ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ପରିଚାଳନାଗତ ତ୍ରୁଟି ଓ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଦୀର୍ଘ ଦିନ ହେବ ପେପର ମିଲ୍ ବନ୍ଦ ପଡିଛି । ଫଳରେ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ବନ୍ଦ ପାଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande