
ଭୁବନେଶ୍ୱର, 28 ମେ
(ହି.ସ)- ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା କରାଯାଇଛି । କେହି
ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା । ସିବିଏସଇଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ସୂଚନା
ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ସିବିଏସ୍ଇ
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃମୂଲ୍ୟାୟନ
ଚାଲିଛି । ପରୀକ୍ଷାରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍ୱଚ୍ଛତା ଏବଂ ଛାତ୍ର କୈନ୍ଦ୍ରିକ ସୁଧାରକୁ
ଦୃଷ୍ଟିରେ ରଖି ଡିଜିଟାଲ୍ ମୂଲ୍ୟାୟନ କରାଯାଉଛି । ଏବେ ସୁଦ୍ଧା ୪ ଲକ୍ଷ ଛାତ୍ରଛାତ୍ରୀ ଉତ୍ତର
ଖାତା ଫେରିପାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା