ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ଶିବିର ଉଦଯାପିତ
ମାଲକାନଗିରି, ୨୮ ମଇ (ହି.ସ.)- ମାଲକାନଗିରି ଜନତା ପାର୍ଟି (ବିଜେପି) ପକ୍ଷରୁ ମାଲକାନଗିରି ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ଆଜି ସମାପନ ହୋଇଛି । ଭାଜପା ସଙ୍ଗଠନ କୁ ତୃମୂଳସ୍ତରରେ ଅଧିକ ମଜବୁ
ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ଶିବିର ଉଦଯାପିତ ।


ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ଶିବିର ଉଦଯାପିତ ।


ମାଲକାନଗିରି, ୨୮ ମଇ (ହି.ସ.)- ମାଲକାନଗିରି ଜନତା ପାର୍ଟି (ବିଜେପି) ପକ୍ଷରୁ ମାଲକାନଗିରି ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ଆଜି ସମାପନ ହୋଇଛି । ଭାଜପା ସଙ୍ଗଠନ କୁ ତୃମୂଳସ୍ତରରେ ଅଧିକ ମଜବୁତ୍ କରିବା ଓ ବୁଥସ୍ତର ରୁ ସକ୍ରିୟ କରବା ପାଇଁ ଏହି ପ୍ରଶିକ୍ଷଣ ବା ତାଲିମ ଶିବିର ଆୟୋଜିତ ହୋଇଥିଲା । ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ ଅତିଥି ତଥା ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଦୁଇ ଦିନିଆ ଶିବିରରେ ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ଦଳୀୟ ନେତା ଓ ସମସ୍ତ ମଣ୍ଡଳର କର୍ମୀ ପ୍ରଶିକ୍ଷଣ ନେଇଥିଲେ । । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ବିଷୟ ଗୁଡିକ ହେଲା ଭାରତୀୟ ଜନତା ପାର୍ଟିର ଇତିହାସ ଓ ବିଚାରଧାରା,ବୈଚାରିକ ଅଧିଷ୍ଠାନ ଓ ଦଳୀୟ ରୀତିନୀତି, ବୁଥ୍ ପ୍ରବନ୍ଧନ ଓ ସଂଗଠନ, ସୁଦୃଢ଼ୀକରଣ ସାମାଜିକ ଗଣମାଧ୍ୟମର ସଠିକ୍ ବ୍ୟବହାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକାର୍ଯ୍ୟ ବିସ୍ତାର ଏବଂ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଭଳି ୧୨ଟି ସୂତ୍ର ରହିଥିବା ବେଳେ ଏହି ସମସ୍ତ ବିଷୟ ଉପରେ ରାଜ୍ୟରୁ ଆସିଥିବା ଅଭିଜ୍ଞ ପ୍ରଶିକ୍ଷକମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରମୁଖ ଅତିଥି ଓ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ରାଜନେତା ଓ ଦଳୀୟ ପଦାଧିକାରୀ ସାମିଲ ହୋଇଥିଲେ। ଜିଲ୍ଲା ସଭାପତି ଅଶୋକ ପରିଡା, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ସାଂସଦ ପଶୁରାମ ମାଝୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ପୂର୍ବତନ ବିଧାୟକ ଡ଼ମ୍ବୁରୁ ଶୀଶା ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ପ୍ରତିନିଧି ନିହାର ରାୟ କାର୍ଯ୍ୟକ୍ରମ ପରିଚାଳନା ସହ ଏହି ସମଗ୍ର ପ୍ରଶିକ୍ଷଣ ଶିବିରକୁ ସଫଳ କରିବାରେ ଜିଲ୍ଲା ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ ସହଯୋଗ କରି କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା କରିଥିଲେ । ପରିଶେଷରେ ଦଳୀୟ ରଣନୀତି ଉପରେ ଆଲୋକପାତ କରି କର୍ମୀଙ୍କୁ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରହିଥିଲା ଯେ, ଲୋକଙ୍କ ସହ ଯୋଡ଼ିହେବା ସହ ପ୍ରତ୍ୟେକ କର୍ମୀ ଗ୍ରାମାଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା, ଲୋକଙ୍କ ସମସ୍ୟା ଚିହ୍ନଟ କରି ତୁରନ୍ତ ତା'ର ସମାଧାନ ପାଇଁ ଚେଷ୍ଟା କରାଯିବ। ଯୋଜନାର ପ୍ରଚାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେ ଘରେ ପହଞ୍ଚାଇବାକୁ କୁହାଯାଇଛି । ପରିଶେଷରେ ସାଂସଦ ଶ୍ରୀ ମାଝୀ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ଓ ପୌରାଞ୍ଚଳ ନିର୍ବାଚନରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ଏହି ଦୁଇ ଦିନିଆ ଶିବିରରେ ବିଜେପିକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ଏହି ଶିବିର ସାରା ରାଜ୍ୟରେ ଆୟୋଜନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande