୬.୮୮ କୋଟି ବ୍ୟାଙ୍କ ଋଣ ଠକେଇ ମାମଲାରେ ଆଉ ଜଣେ ଗିରଫ
ଭୁବନେଶ୍ୱର, ୨୮ ମଇ (ହି.ସ)- ୬.୮୮ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଗିରଫ ଅଭିଯୁକ୍ତ ହେଲେ କଟକର ପ୍ରଦୀପ୍ତ ଲେଙ୍କା। ଅଭିଯୁକ୍ତ ଜଣକ ଜାଲ୍ କାଗଜପତ୍ର ଓ କେୱାଇସି ଡକ୍ୟୁମେଂଟରେ ବ୍ୟାଙ୍କରୁ ଲୋନ୍ ହାତେଇଥିଲା।
eow


ଭୁବନେଶ୍ୱର, ୨୮ ମଇ (ହି.ସ)- ୬.୮୮ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଗିରଫ ଅଭିଯୁକ୍ତ ହେଲେ କଟକର ପ୍ରଦୀପ୍ତ ଲେଙ୍କା। ଅଭିଯୁକ୍ତ ଜଣକ ଜାଲ୍ କାଗଜପତ୍ର ଓ କେୱାଇସି ଡକ୍ୟୁମେଂଟରେ ବ୍ୟାଙ୍କରୁ ଲୋନ୍ ହାତେଇଥିଲା। ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ୪ ଜଣଙ୍କୁ ଗିରଫ କରିଛି । ୨୦୨୨ରୁ ୨୦୨୩ ମଧ୍ୟରେ ଏସବିଆଇର ବିଭିନ୍ନ ଶାଖାରୁ ଋଣ ଠକେଇ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande