
ମାଲକାନଗିରି, ୨୮ ମଇ (ହି.ସ.)- ବିଜେପି ସରକାରରେ ସାଧାରଣ ଜନତା ହନ୍ତସନ୍ତ। ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ମାଲକାନଗିରି ସହରର ସମସ୍ତ ପେଟ୍ରୋଲ ପମ୍ପ ପ୍ରାଙ୍ଗଣରେ ମାଲକାନଗିରି ଜିଲ୍ଲା ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।
ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ଯ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଯୋଗୁଁ ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ସାଧାରଣ ଜନତାଙ୍କୁ ଶୋଷଣ କରୁଥିବାରୁ ମାଲକାନଗିରି ଜିଲ୍ଲା ବିଜୁ ଜନତ ଦଳ କଡ଼ା ନିନ୍ଦା କରିଛି । ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କ ଠାରୁ ତୈଳ କମ୍ପାନୀ ମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୫ ଦିନ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମ୍ ର ବୋଝ ଲଦି ଦେଇଛନ୍ତି । ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଓ ଡିଜେଲକୁ ଡି ଭ୍ୟାଟ୍ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ବେଳେ ତାହାକୁ ଲାଗୁ ନକରି ତୈଳ ଦର ବାରମ୍ବାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି । ଭାରତର ବନ୍ଧୁ ରାଷ୍ଟ୍ର ରୁଷିଆ ଓ ଇରାନ ଅଶୋଧିତ ତୈଳ କମ୍ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ, ଭାରତ ସରକାର କ'ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଆଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ ବୋଲି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ବିକ୍ଷୋଭ ଓ ପ୍ରତିବାଦ କରିଛି ।
ବିଜୁ ଜନତା ଦଳର ଆଜିର ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଭାବେ ଯୋଗ ଦେଇଥିବା ବେଳେ ବିଜୁ ଜନତା ଦଳର ଅନ୍ୟତମ ପ୍ରମୁଖ ନେତୃତ୍ୱ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଜେଡି ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜ୍ୟ ବିଜୁ ମହିଳା ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ନାୟକ, ବିଜେଡି ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା, ବିଜେଡି ଉପ ସଭାପତି ଉଦୟ ନାଥ ମାଦ୍ରୀ, ବରିଷ୍ଠ ଆଇନଜୀବୀ ତଥା ବିଜେଡି ସାଧାରଣ ସମ୍ପାଦକ ଲମ୍ବଧର ତୁରୁକ, ବିଜେଡି ସମ୍ପାଦକ ବିକାଶ ମଣ୍ଡଳ, ବିଜେଡି ସମ୍ପାଦକ କେ.ରାହୁଲ, ବିଜେଡି ସମ୍ପାଦକ କଣ୍ଟେଶ ପୋଟଲା, ବିଜେଡି ନେତା ନିରୋଦ ରାୟ, ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ, ପୌର ଉପାଧ୍ୟକ୍ଷା କବିତା ମହନ୍ତ, ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବରିଷ୍ଠ ନେତା ଘନଶ୍ୟାମ ମାଡକାମୀ, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ବ୍ଲକ ସଭାପତି ସର୍ବ ବିଶୋଇ, ବ୍ଲକ ସଭାପତି ଶଙ୍କର ହାଲଦାର, ବ୍ଲକ ସଭାପତି ସଦାଶିବ ପୂଜାରୀ, ଯୁବ ନେତା ସୁଦର୍ଶନ କୋପେ, ଯୁବ ନେତା ରାଜୀବ ଲୋଚନ ସିସା, ଯୁବ ନେତା ଶିବ ତ୍ରିପାଠୀ, ଯୁବ ନେତା ଗାନ୍ଧୀ ପଣ୍ଡା, ବିଜେଡି ନେତା ରାଜେନ୍ଦ୍ର ଖସଲା, ବଳରାମ ଭଞ୍ଜ ,ଏସ୍ ଵାଲା, ସତ୍ୟଜିତ ଗୌଡ଼, ସାଗର କୁମାର ମିଶ୍ର, ସୁଜିତ ହନ୍ତାଳ, ରାକେଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ