ଗଞ୍ଜାମ ଜିଲାରେ କାଳବୈଶାଖୀ : ପ୍ରବଳ ବର୍ଷା ଓ ପବନ
ଗଞ୍ଜାମ , ୨୮ ମଇ (ହି.ସ.)-ଗଂଜାମ ଜିଲାରେ ଗତକାଲି ରାତି ନଅଟାରେ କାଳବୈଶାଖୀ ବର୍ଷାରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ରାତି ଗୋଟାଏ ଯାଏ ଘଡଘଡି, ପବନ ଓ ବର୍ଷାର ତାଣ୍ଡବଲୀଳା ରଚିଥିଲା। ପବନରେ ବହୁ ଚାଳ ଛପର, ଟିଣ ଓ ପାଲ ଛପର ଉଡିଯାଇଛି। ବଡ ବଡ ଗଛ ଉପୁଡି ଧରାଶାୟୀ ହୋଇଛି। କଦଳୀ, ଅମୃତଭଣ
ଗଞ୍ଜାମ ଜିଲାରେ କାଳବୈଶାଖୀ : ପ୍ରବଳ ବର୍ଷା ଓ ପବନ


ଗଞ୍ଜାମ , ୨୮ ମଇ (ହି.ସ.)-ଗଂଜାମ ଜିଲାରେ ଗତକାଲି ରାତି ନଅଟାରେ କାଳବୈଶାଖୀ ବର୍ଷାରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ରାତି ଗୋଟାଏ ଯାଏ ଘଡଘଡି, ପବନ ଓ ବର୍ଷାର ତାଣ୍ଡବଲୀଳା ରଚିଥିଲା। ପବନରେ ବହୁ ଚାଳ ଛପର, ଟିଣ ଓ ପାଲ ଛପର ଉଡିଯାଇଛି। ବଡ ବଡ ଗଛ ଉପୁଡି ଧରାଶାୟୀ ହୋଇଛି। କଦଳୀ, ଅମୃତଭଣ୍ଡା, ଲଙ୍କା, ବାଇଗଣ, ସଜନା ଭଳି ଅର୍ଥକାରୀ ଫସଲ ନଷ୍ଟ ହୋଇଛି l ପବନରେ ଗଛ ଗୁଡିକ ଭାଙ୍ଗି ଶୋଇଯାଇଛି। ଗତକାଲି ରାତିରୁ ଆଜି ସକାଳ ଯାଏ ବିଦ୍ଯୁତ ସଂଯୋଗ ବିଭିନ୍ନ ଅଂଚଳରେ ନାହିଁ ।

ଅନ୍ୟପକ୍ଷରେ ଏହି ବର୍ଷା, ପବନ ଯୋଗୁ

ଦୀର୍ଘ ଏକ ସପ୍ତାହରୁ ଦୀର୍ଘ ସମୟ ଧରି ଗଂଜାମ ଜିଲାରେ ଜାରି ରହିଥିବା ଗରମ, ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତ ମିଳିଛି l ପରିବେଶରେ ଶୀତଳତା ଆଣି ଦେଇଛି ବର୍ଷା l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande