
ଗଞ୍ଜାମ, ୨୮ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ଗ୍ରାମରେ ଠାକୁରାଣୀ ଯାତ୍ରା ପାଇଁ ଗତକାଲି ରାତିରେ ଦୁଇ ଯାତ୍ରା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା ଭାବେ ଅପେରା ମହାଭାରତ ମଂଚସ୍ଥ ହେଉଥିବା ବେଳେ ଝିମିଟି ଖେଳରୁ ମହାଭାରତ ଭଳି ସ୍ଥିତି ଉପୁଜି ଥିଲା l ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଥିଲା । ଠେଙ୍ଗା ଓ ପଥର ମାଡରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୋଳନ୍ଥରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ