ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୭୫.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୮ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୭୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪୯.୦ ମି.ମି., ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା  : ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୭୫.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୮ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୭୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪୯.୦ ମି.ମି., ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ୪୬.୦ ମି.ମି., ଗଞ୍ଜାମ ଜିଲ୍ଲାର ଚିକିଟିରେ ୪୪.୪ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ରେ ୪୪.୨ ମି.ମି., କନ୍ଧମାଳ ଜିଲ୍ଲାର କେ.ନୂଆଗାଁରେ ୪୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଯଶିପୁରରେ ୩୯.୨ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୩୮.୦ ମି.ମି., ଧରାକୋଟରେ ୩୮.୦ ମି.ମି., କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରେ ୩୬.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜାମଦାରେ ୩୪.୦ ମି.ମି. ଏବଂ ବାଙ୍ଗିରିପୋଷିରେ ୩୩.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande