ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ଘୋଷିତ
କନ୍ଧମାଳ, ୨୮ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀର ୨୦୨୫-୨୬ ଶିକ୍ଷା ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଶେଷ ସେମିନଷ୍ଟାର ପରୀକ୍ଷା ଫଳ ଆଜି ମହାବିଦ୍ୟାଳୟ ପରୀକ୍ଷା ବିଭାଗ ଠାରେ ପ୍ରକାଶିତ ହୋଇଯାଇଛି l ସ୍ନାତକ କଳା ବିଭାଗରେ ୮୬. ୮୮ପ୍ରତିଶତ, ବିଜ୍ଞାନ ବିଭ
ଫୋଟ


କନ୍ଧମାଳ, ୨୮ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀର ୨୦୨୫-୨୬ ଶିକ୍ଷା ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଶେଷ ସେମିନଷ୍ଟାର ପରୀକ୍ଷା ଫଳ ଆଜି ମହାବିଦ୍ୟାଳୟ ପରୀକ୍ଷା ବିଭାଗ ଠାରେ ପ୍ରକାଶିତ ହୋଇଯାଇଛି l ସ୍ନାତକ କଳା ବିଭାଗରେ ୮୬. ୮୮ପ୍ରତିଶତ, ବିଜ୍ଞାନ ବିଭାଗ ରେ ୮୬. ୦୯ ପ୍ରତିଶତ, ବାଣିଜ୍ୟ ବିଭାଗ ରେ ୬୭. ୬୪ ପ୍ରତିଶତ ଏବଂ ସେଲ୍ଫ ଫାଇନାସିଙ୍ଗ ବିସିଏ ବିଭାଗରେ ୯୬. ୩୦ପ୍ରତିଶତ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି l ମୋଟ ୮୫ ସତକଡାଛାତ୍ର ଛାତ୍ରୀ ସ୍ନାତକ ପାଠ୍ୟକ୍ରମ ରେ ଉତୀର୍ଣ୍ଣ ହୋଇଛନ୍ତି l କଳା ବିଭାଗରେ ରାଜନୀତି ବିଜ୍ଞାନରେ ଛାତ୍ରୀ ମନୀଷା ସାହୁ ୮. ୭୬ ସିଜି ପିଏ ରଖି ଶ୍ରେଷ୍ଠ ବିଭାଗୀୟ ସ୍ନାତକ ବିବେଚିତ ହୋଇଛନ୍ତି l ସେହିପରି ବିଜ୍ଞାନ ବିଭାଗର ଜିବବିଜ୍ଞାନ ବିଭାଗର ଛାତ୍ରୀ ସ୍ମୃତି ଚିନ୍ମୟୀ ପ୍ରଧାନ ୯. ୦୬ ସିଜିପିଏ ରଖି ଶ୍ରେଷ୍ଠ ବିଭାଗୀୟ ସ୍ନାତକ ବିବେଚିତ ହୋଇଛନ୍ତି l ବାଣିଜ୍ୟ ବିଭାଗରେ ଶୁଭ୍ରାଂଶୁ ଶେଖର ସାହୁ ୮. ୭୧ସିଜି ପିଏ ରଖି ଏବଂ ବିସିଏ ବିଭାଗରେ ରଞ୍ଜନା ପ୍ରଧାନ ୮.୯୬ ସିଜି ପି ଏ ରଖି ଶ୍ରେଷ୍ଠ ବିଭାଗୀୟ ସ୍ନାତକ ବିବେଚିତ ହୋଇଛନ୍ତି l ଜିବବିଜ୍ଞାନ ବିଭାଗର ଛାତ୍ରୀ ସ୍ମୃତି ଚିନ୍ମୟୀ ପ୍ରଧାନ ୯. ୦୬ ସିଜିପିଏ ରଖି ଚଳିତ ବର୍ଷର ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି l

ସେହିପରି ସ୍ନାତକୋତ୍ତର କଳା ବିଭାଗରେ ୯୩.୨୪ ପ୍ରତିଶତ, ବିଜ୍ଞାନ ବିଭାଗ ରେ ୯୧. ୯୬ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ଶତ ପ୍ରତିଶତ ଉତୀର୍ଣ୍ଣ ହୋଇଛନ୍ତି l ସର୍ବ ମୋଟ ୯୩ପ୍ରତିଶତ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି l କଳା ବିଭାଗ ରେ ନୃତତ୍ତ୍ୱ ବିଭାଗ ରେ ମଧୁସ୍ମିତା ବେହେରା ୯.୧୧ ସିଜି ପି ଏ, ଜୀବ ବିଜ୍ଞାନ ବିଭାଗରେ ବିଭାଗର ମନୋଲିସା ବେହେରା ୯. ୩୨ ସିଜିପିଏ ରଖିଥିବା ବେଳେ ବାଣିଜ୍ୟ ବିଭାଗ ରେ ଚନ୍ଦନ କୁମାର ପୃଷ୍ଟି ୯. ୦୫ ସିଜିପି ଏ ରଖି ଶ୍ରେଷ୍ଠ ସ୍ନାତକୋତ୍ତର ହୋଇଛନ୍ତି l ଜୀବ ବିଜ୍ଞାନ ବିଭାଗରେ ବିଭାଗର ମନୋଲିସା ବେହେରା ୯. ୩୨ ସିଜିପିଏ ରଖି ଚଳିତ ବର୍ଷ ପାଇଁ ମହାବିଦ୍ୟାଳୟ ର ଶ୍ରେଷ୍ଠ ସ୍ନାତକୋତ୍ତର ଛାତ୍ରୀ ବିବେଚିତ ହୋଇଛନ୍ତି l ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଏନ ତନ୍ମୟ କୁମାରଙ୍କ ଅଧ୍ୟକ୍ଷତା ରେ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପ୍ରିୟବ୍ରତ ପଟ୍ଟନାୟକ ଏବଂ ପରୀକ୍ଷା କମିଟି ସଭ୍ୟ ଶ୍ରୀ ମୁରଲୀ ଧର ସେଠୀ ଏବଂ ଶ୍ରୀ ସୁକାନ୍ତ କୁମାର ବେହେରା ଙ୍କ ଉପସ୍ଥିତିରେ ଉକ୍ତ ଫଳାଫଳ ଘୋଷଣା କରାଗଲା l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ଉପସ୍ଥିତ ସମସ୍ତ କର୍ମଚାରୀ ଉତୀର୍ଣ୍ଣ ଶୁଭେଚ୍ଛା ଜଣାଇବା ସହ ଛାତ୍ର ଛାତ୍ରୀଙ୍କ ଉର୍ଣ୍ଣତି ଓ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande