
ଭୁବନେଶ୍ୱର, ୨୮ ମଇ (ହି.ସ)- ବାଲିଅନ୍ତା ସୌମ୍ୟ ରଂଜନ ହତ୍ୟା ଘଟଣାରେ ଏବେବି ଆହୁରି ୧୦ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। କ୍ରାଇମବ୍ରାଂଚ ଡିଆଇଜି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୌମ୍ୟ ମୃତ୍ୟୁ ଘଟଣାରେ ଆଜି ଜଣଙ୍କୁ ଗିରଫ କରାଯାଇଛି। ଆଜି ଧରାପଡ଼ିଥିବା ବ୍ୟକ୍ତି ସୌମ୍ୟର ମୁଣ୍ଡକୁ ପିଟିବା ପ୍ରମାଣ ମିଳିଛି। ପୋଷ୍ଟମର୍ଟମ ରିପୋର୍ଟରୁ ବ୍ରେନ୍ ରେ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିସହ ସୌମ୍ୟଙ୍କର ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି। ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ, ସେଥିପାଇଁ ଅଭିଯୁକ୍ତ ଲୁଚି ଯାଇଛନ୍ତି। ସୌମ୍ୟଙ୍କ ସାଙ୍ଗ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ରହିଛି। ଯେଉଁ ଯୁବତୀଙ୍କ କଥା ପଦାକୁ ଆସିଛି, ସୌମ୍ୟଙ୍କ ସହ ତାଙ୍କର ପରିଚୟ ନ ଥିଲା।ଭିଡ଼ ହିଂସାର ସ୍ୱତନ୍ତ୍ର ଧାରା ରହିଛି, ପରେ ବି ଲଗାଯାଇ ପାରିବ। ଏହି ଘଟଣାରେ କାହାରିକୁ ଛାଡ଼ିବୁ ନାହୁଁ, ସମସ୍ତଙ୍କୁ ଗିରଫ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା