
ଭୁବନେଶ୍ୱର, 28 ମେ (ହି.ସ.)- ବିଶ୍ୱ
ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ସଚେତନତାକୁ ଆଗକୁ ନେବାକୁ ଅପିଲ କରିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ସୁସ୍ଥ ନାରୀ, ସୁସ୍ଥ
ସମାଜର ପରିଚୟ । ଋତୁସ୍ରାବ କୌଣସି ଲଜ୍ଜାର ବିଷୟ
ନୁହେଁ,
ଏହା ସ୍ୱାଭାବିକ ପ୍ରକ୍ରିୟା।
ବିଶ୍ୱ ଋତୁସ୍ରାବ
ପରିଚ୍ଛନ୍ନତା ଦିବସରେ ଆସନ୍ତୁ ନୀରବତା ଭାଙ୍ଗି, ଭ୍ରାନ୍ତିକୁ ଦୂର କରି ସଚେତନତାକୁ ଆଗକୁ ନେବାକୁ ଅପିଲ କରିଛନ୍ତି
ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା