ପ୍ରଖର ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ମେ (ହି.ସ.)- ପ୍ରଖର ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ମହାନ ସନ୍ତାନ, ଅନ
ସାବରକର


ଭୁବନେଶ୍ୱର, 28 ମେ (ହି.ସ.)- ପ୍ରଖର

ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ

କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଭାରତ ମାତାର ମହାନ ସନ୍ତାନ, ଅନନ୍ୟ ଦେଶପ୍ରେମୀ ତଥା ପ୍ରଖର ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ

ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ଦେଶର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର

ଅତୁଳନୀୟ ତ୍ୟାଗ, ସାହସିକତା

ଏବଂ ମାତୃଭୂମି ପ୍ରତି ଥିବା ଅଦମ୍ୟ ଉତ୍ସର୍ଗୀକୃତ ମନୋଭାବ ଆମ ସମସ୍ତଙ୍କ ପାଇଁ ସଦାସର୍ବଦା

ପ୍ରେରଣାର ଉତ୍ସ ହୋଇ ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ବୀର ସାବରକରଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଦର୍ଶ ଏବଂ ଏକ ସଶକ୍ତ ରାଷ୍ଟ୍ର ଗଠନର ସ୍ୱପ୍ନ ଆମକୁ

ଦେଶସେବା ପାଇଁ ସଦା ଅନୁପ୍ରାଣିତ କରେ। ଆସନ୍ତୁ, ତାଙ୍କ ସ୍ମୃତି ଚାରଣ କରି ଦେଶର ଏକତା, ଅଖଣ୍ଡତା ଓ ପ୍ରଗତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ

ସଂକଳ୍ପବଦ୍ଧ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande