
ଭୁବନେଶ୍ୱର, 28 ମେ (ହି.ସ.)- ବିଜେପି ନେତା
ଦେବାଶିଷ ସାମନ୍ତରାୟ ସାମ୍ୱାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ
କହିଛନ୍ତି ଯେ, ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ନବୀନ ନିବାସକୁ ହଠାତ୍
ମୋତେ ଯିବାକୁ ମନା କରାଗଲା ।
ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ
ଉତ୍ତରାଧିକାରୀ ନୁହେଁ । ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡୁନାହିଁ । ବିଜୁ
ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍ । ବିଜୁ ବାବୁଙ୍କୁ ସମ୍ମାନ ଦେବାରେ
ବିଜେଡି ଅସମର୍ଥ । ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି । ଏବେ ବିଜେପି ମୋତେ
ଯେଉଁ କାମ ଦେବ, ସେ
କାମ ନିଶ୍ଚୟ କରିବି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା