ଜୟପୁରରେ ୧୨ ଘଣ୍ଟିଆ ବନ୍ଦ
ଜୟପୁର, ୨୮ ମଇ (ହି.ସ.)- ଜୟପୁରର ପେପର ମିଲର ପୁନଃଉଦ୍ଧାର ଦାବିରେ ଜୟପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଜୟପୁରରେ ହେଉଥିବା ଏହି ବନ୍ଦକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସମେତ ଅଖଚକ ବନ୍ଦ ହୋଇଛି lଦୀର
ଜୟପୁରରେ 12 ଘଣ୍ଟିଆ ବନ୍ଦ


ଜୟପୁର, ୨୮ ମଇ (ହି.ସ.)- ଜୟପୁରର ପେପର ମିଲର ପୁନଃଉଦ୍ଧାର ଦାବିରେ ଜୟପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଜୟପୁରରେ ହେଉଥିବା ଏହି ବନ୍ଦକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସମେତ ଅଖଚକ ବନ୍ଦ ହୋଇଛି lଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ପେପର ମିଲ୍ ର ପୁନଃଉଦ୍ଧାର ଏବଂ ଏହାକୁ ସୁଚାରୁ ରୂପେ ଚାଲୁ କରିବା ଦାବିରେ ଜୟପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଛି । ଏହି ଆନ୍ଦୋଳନକୁ ଜୟପୁରର ବିଭିନ୍ନ ସାମାଜିକ ଓ ବ୍ୟବସାୟିକ ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ଜୟପୁର ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବ୍ୟାପକ ସମର୍ଥନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଦଳର ଆବାହକ ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି। ପେପର ମିଲ୍ ଜୟପୁର ତଥା ସମଗ୍ର ଅଞ୍ଚଳର ଅର୍ଥନୀତି ଓ ଜୀବିକା ସହ ଜଡ଼ିତ ଥିବାରୁ, ଏହାର ପୁନଃଉଦ୍ଧାର ପାଇଁ ହେଉଥିବା ଆନ୍ଦୋଳନକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଏହି ବନ୍ଦରେ ବିଜେଡିର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତୃବୃନ୍ଦ, କାଉନସିଲର, ମହିଳା, ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇ ସହଯୋଗ କରୁଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ସହ ଜୟପୁର ବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଏହି ଗଣତାନ୍ତ୍ରିକ ପ୍ରତିବାଦକୁ ବ୍ୟାପକ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ବନ୍ଦ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଓ ପରୀକ୍ଷାର୍ଥୀଙ୍କ ଗାଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିବା ବୋଲି ସୂଚନା ମିଳିଛି।ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ପେପର ମିଲ୍ ବନ୍ଦ ହେବା ପରେ ହଜାର ହଜାର ପରିବାର ଜୀବିକା ହରାଇଛନ୍ତି l ସମସ୍ଯା ଓ କେବଳ ମାଲିକାନା ବଦଳାଇ ଚାଲିଛି ଏହି କଳ ଯାହା ଫଳରେ ଆଜିବି ଏମାନଙ୍କ ସମସ୍ଯା ସେମିତି ରହିଛି l ଦରମା ମିଳୁନାହିଁ କର୍ମଚାରୀ ମାନେ ବହୁତ କଷ୍ଟରେ ଜୀବନ ନିର୍ବାହ କରୁଥିବା ଅଭିଯୋଗ କରିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ l ଦୋକାନ ବଜାର, ଚକ, ଅଖ ସବୁ ବନ୍ଦ ରହିଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande