ବିଶ୍ୱ ରକ୍ତ କର୍କଟ ଦିବସରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 28 ମେ (ହି.ସ.)- ବିଶ୍ୱ ରକ୍ତ କର୍କଟ ଦିବସରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆସନ୍ତୁ ରକ୍ତ କର୍କଟ ସମ
ବିଶ୍ୱ ରକ୍ତ କର୍କଟ ଦିବସରେ     ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 28 ମେ (ହି.ସ.)- ବିଶ୍ୱ ରକ୍ତ

କର୍କଟ ଦିବସରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ରକ୍ତ କର୍କଟ ଦିବସ

ଅବସରରେ ଆସନ୍ତୁ ରକ୍ତ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହି ରୋଗ ସହ ଲଢ଼ୁଥିବା

ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଓ ସହାନୁଭୂତିର ହାତ ବଢ଼ାଇବା।। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଆମେ ଏହି ରୋଗ

ବିରୋଧରେ ଲଢେଇକୁ ଆହୁରି ସଶକ୍ତ କରିପାରିବା।

ଆସନ୍ତୁ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା

ଏବଂ ସୁସ୍ଥ ସମାଜ ଗଠନରେ ଭାଗୀଦାର ହେବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande