
ଭୁବନେଶ୍ୱର, ୦୯ ମଇ (ହି.ସ.) - ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଏକ ଭାବ ବିନିମୟ ସଭା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ‘ଆମ ପରିବାର -ଗତକାଲି ଆଜି ଆସନ୍ତା କାଲି, ଶୀର୍ଷକ ଏହି ଭାବ ବିନିମୟ ସଭାରେ ଅନୁଷ୍ଠାନର ସଭାପତି ସଜ୍ଜନ ଶର୍ମା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରରେ ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘର ପୂର୍ବ ପ୍ରାନ୍ତ କୁଟୁମ୍ବ ପ୍ରବୋଧନ ପ୍ରମୁଖ ବୈକୁଣ୍ଠ ନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆମ ପାରିବାରିକ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ପାରିବାରିକ ବ୍ୟବସ୍ଥା ଯୋତେ ସୁଦୃଢ଼ ହେବ ସମାଜ ସେତେ ଋଦ୍ଧିମନ୍ତ ହେବ। ଯଦିଓ ପାରିବାରିକ ବ୍ୟବସ୍ଥାରେ କ୍ରମଶଃ ଅବକ୍ଷୟ ବଢ଼ିବାରେ ଲାଗିଛି ତଥାପି ଏହାର ସଂସ୍କାର ପାଇଁ ବିଭିନ୍ନ ଅନୁଷ୍ଟାନ କାର୍ଯ୍ୟ ଚଳାଇଛନ୍ତିି। ଭାଷା, ଭୂଷା, ଭଜନ, ଭୋଜନ ଭବନ ଓ ଭ୍ରମଣ ଦ୍ୱାରା ଆମ ସମାଜ ତଥା ପରିବାର ଉନ୍ନତି ଦିଗରେ ଅଗ୍ରସର ହୋଇପାରିବ। ସେଥିପାଇଁ ପରିବାରରେ ସ୍ନାନ ଧ୍ୟାନ ଓ ବ୍ୟାୟାମକୁ ଅଧିକ ଗୁରୁତ୍ୱ ଦେବା ଏକାନ୍ତ ପ୍ରୟୋଜନ ଅଟେ।
‘ବିଶ୍ୱ ଓଡ଼ିଆ ପରିବାର’ ନୟାପଲ୍ଲୀ ସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଓ ଲେଖକ ଦିଲ୍ଲୀପରାଜ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମାଜସେବୀ ଡ଼ଃ ସିକ୍ତା ପତି, ସର୍ବ ର୍ଶ୍ରୀ ଡାକ୍ତର ପ୍ରତାପ ପାଣି, କବି ମନୋରଂଜନ ଷଡଙ୍ଗୀ, ସାହିତ୍ୟିକ ସାଧୁଚରଣ ବେହେରା ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା