
ଭୁବନେଶ୍ୱର, ୦୯ ମଇ (ହି.ସ.) - ଛତିଶଗଡ଼ ସହିତ ମହାନଦୀ ଜଳ ବିବାଦ ସମାଧାନ ଆଡକୁ ଯାଉଛି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡ଼କୁ ଯାଉଛି। ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି। ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି। ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟଭିତିକ ରିପୋର୍ଟ ରଖିଛନ୍ତି। ଟ୍ରିବ୍ୟୁନାଲ ଦ୍ୱାରା କୌଣସି ଜଳ ବିବାଦର ସମାଧାନ ହୋଇନାହିଁ। କିଛି ଲୋକ ନିଜ ରାଜନୈତିକ ଫାଇଦା ପାଇଁ ଅଦାଲତ ଯାଇଥିଲେ। ୭ ବର୍ଷ ଭିତରେ ଅଦାଲତି କାର୍ଯ୍ୟ କିଛି ଆଗେଇ ନଥିଲା। ଆପୋଷ ବୁଝାମଣା ପାଇଁ ସମ୍ମତି ଦେଇଥିବାରୁ ଟ୍ରିବ୍ୟୁନାଲଙ୍କୁ ଧନ୍ୟବାଦ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା