
ଭୁବନେଶ୍ୱର, 09 ମେ (ହି.ସ.)- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ
ଶୁଭେଚ୍ଛର ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ନବୀନ ଆଶା ବ୍ୟକ୍ତ କରିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ
ପଶ୍ଚିମବଙ୍ଗ ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ।
ନବୀନ ପଟ୍ଟନାୟକ ରାଜ୍ୟ ସରକାରକୁ ଜନକଲ୍ୟାଣ ଏବଂ ସାମଗ୍ରିକ ବିକାଶ ପାଇଁ ସଫଳତାର
ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା