ଘରର ଝରଙ୍ଗା ଭାଙ୍ଗି ଲକ୍ଷା ଧିକ ଟଙ୍କାର ସୁନା ଗହଣା ଚୋରି
Bhubaneswar, 19 ଜୁନ୍ (ହି.ସ.) ଜୟପୁର ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡାରେ ଚୋରି ହୋଇଛି । ଏନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଆମ୍ବାଗୁଡାର କାତ୍ତିକ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଆମ୍ବାଗୁଡା ସ୍ଥିତ ବାସ ଗୃହରେ ରାତ୍ର ରେ ଝରକା ଭାଙ୍ଗି ଦୁବୁତ୍ତ ଘରେ ପଶି ଆଲମାରି ଭା
ଘରର ଝରଙ୍ଗା ଭାଙ୍ଗି ଲକ୍ଷା ଧିକ ଟଙ୍କାର  ସୁନା ଗହଣା ଚୋରି


Bhubaneswar, 19 ଜୁନ୍ (ହି.ସ.)

ଜୟପୁର ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡାରେ ଚୋରି ହୋଇଛି । ଏନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଆମ୍ବାଗୁଡାର କାତ୍ତିକ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଆମ୍ବାଗୁଡା ସ୍ଥିତ ବାସ ଗୃହରେ ରାତ୍ର ରେ ଝରକା ଭାଙ୍ଗି ଦୁବୁତ୍ତ ଘରେ ପଶି ଆଲମାରି ଭାଙ୍ଗି ଥିଲେ । ଆଲମାରିରୁ ୩୦ ହଜାର ଟଙ୍କା, ସୁନା ହାର, ୩ଟି ମୁଦି, ଲୋକେଟ ୨ଟି, ସୁନା ଚେନ , କାନଫୁଲ ଭଳି ମୋଟ ସୁନା ଗହଣା ୫ ତୋଳା ଚୋରି ହୋଇଛି । ଅନ୍ୟ ରୁମରେ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଦୁବୁତ୍ତମାନେ ଚୋରି କରିଛନ୍ତି । ଅଭିଯୋଗ କୁ ଗୁରୁତର ସହ ନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande