ଭାଲୁକୁ ଆକ୍ରମଣ ଘଟଣାରେ ୫ଗିରଫ
ମାଲକାନଗିରି,୨୦ ଜୁନ୍ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ଡାଇଗୁଡ଼ା ଠାରେ ଗତ ବୁଧୁବାର ଏକ ଭାଲୁ ଆହତ ଅବସ୍ଥାରେ ଥିବା ସମ୍ବନ୍ଧରେ ଖବର ପାଇ ମାଲକାନଗିରି ରାପିଡ୍ ରେସପନ୍ସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ଭାଲୁଟିକୁ ଚ
ଭାଲୁକୁ ଆକ୍ରମଣ ଘଟଣାରେ ୫ଗିରଫ


ମାଲକାନଗିରି,୨୦ ଜୁନ୍ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ଡାଇଗୁଡ଼ା ଠାରେ ଗତ ବୁଧୁବାର ଏକ ଭାଲୁ ଆହତ ଅବସ୍ଥାରେ ଥିବା ସମ୍ବନ୍ଧରେ ଖବର ପାଇ ମାଲକାନଗିରି ରାପିଡ୍ ରେସପନ୍ସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ଭାଲୁଟିକୁ ଚିକିତ୍ସା ନିମନ୍ତେ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପଶୁ ଚିକିତ୍ସକ ଙ୍କ ତତ୍ତ୍ୱାବଧାନରେ ତାହାକୁ ନିରୀକ୍ଷଣରେ ରଖାଯାଇଥିଲା । ତେବେ ଭାଲୁଟି ଅତ୍ୟକ ଗୁରୁତର ଭାବେ ଆହତ ହୋଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବୁଧୁବାର ମୃତ୍ୟୁବରଣ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ, ଭାଲୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କିଛି ବ୍ୟକ୍ତି ତାହାକୁ ଲାଠି, ଶାବଳ ଓ ପଥର ଦ୍ବାରା ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ I ଏହା ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଏକ ଗୁରୁତର ଅପରାଧା

ଘଟଣା ସମ୍ପର୍କିତ ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ବନ ବିଭାଗ ପକ୍ଷରୁତଦନ୍ତ କରାଯାଇଥିଲା । ମାଲକାନଗିରି ପୋଲିସ ବିଭାଗର ସହଯୋଗରେ ଘଟଣାରେ ସମ୍ପୃକ୍ତ ୫

ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ(ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଧାରା ୯, ୧୧ ଏବଂ ୫୨ ର ବ୍ୟବସ୍ଥା ଉଲଂଘନ ଏବଂଏହି ଆଇନର ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବନଖଣ୍ଡ ଅଧିକାରୀ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି!

ଏବଂ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ଆବଶ୍ୟକ ରିମାଣ୍ଡ ପାଇଁ କୋର୍ଟକୁ ପଠାଗଲା I ଧରାଯାଇଥିବା ଅଭିଯୁକ୍ତ ମାନେ ହେଲେ ଦଳପତିଗୁଡା ଗ୍ରାମର ଗୋବିନ୍ଦା ଗୌଡ଼ , ଧନୁର୍ଜୟ ଗୌଡ଼, ବସନ୍ତ କୁମାର ଖୋଲା, ସିରାଗୁଡା ଗ୍ରାମର ମଣ୍ଟୁ ନାୟକ, ଓ ଡାଇଗୁଡ଼ା ଗ୍ରାମର ବିଷ୍ଣୁ ମାଝୀ ।

ମାଲକାନଗିରି ବନ ବିଭାଗ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, ବନ୍ୟଜନ୍ତୁ ଦେଖିଲେ ସେମାନଙ୍କୁ ବିରକ୍ତ କିମ୍ବା ଆକ୍ରମଣ ନକରି ତୁରନ୍ତ ବନ ବିଭାଗ କିମ୍ବା ନିକଟସ୍ଥ ପୋଲିସକୁ ସୂଚନା ଦିଅନ୍ତୁ | ବନ୍ୟଜନ୍ତୁ ସଂରକ୍ଷଣ ଓ ମାନବ-ବନ୍ୟଜନ୍ତୁ ସହାବସ୍ଥାନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande