ଏବିଏସ୍ଏସ୍ ପକ୍ଷରୁ ୩୮ତମ ଶିତଳଷଷ୍ଠୀ ପାଳିତ
ବଲାଙ୍ଗୀର, ୨୦ ଜୁନ୍(ହି.ସ.) – ବଲାଙ୍ଗୀର ଏବିଏସ୍ଏସ୍ ପକ୍ଷରୁ ୩୮ତମ ଏବିଏସ୍ଏସ୍ ଶିତଳ ଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି। ଶନିବାର ଦିନ ମହାସମାରୋହରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବା ଓ ମାତା ପାର୍ବତୀଙ୍କର ଯାତ୍ରା ପରିସମାପ୍ତି ଘଟିଛି। ଏଥର ଏବିଏସ୍ଏସ୍ ପକ୍ଷରୁ ଆୟୋଜିତ ମହାଆଳତି ଦର୍ଶକଙ୍କ ବେଶ ମନମୋ
ଏବିଏସ୍ଏସ୍ ପକ୍ଷରୁ ୩୮ତମ ଶିତଳଷଷ୍ଠୀ ପାଳିତ


ଏବିଏସ୍ଏସ୍ ପକ୍ଷରୁ ୩୮ତମ ଶିତଳଷଷ୍ଠୀ ପାଳିତ


ବଲାଙ୍ଗୀର, ୨୦ ଜୁନ୍(ହି.ସ.) – ବଲାଙ୍ଗୀର ଏବିଏସ୍ଏସ୍ ପକ୍ଷରୁ ୩୮ତମ ଏବିଏସ୍ଏସ୍ ଶିତଳ ଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି। ଶନିବାର ଦିନ ମହାସମାରୋହରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବା ଓ ମାତା ପାର୍ବତୀଙ୍କର ଯାତ୍ରା ପରିସମାପ୍ତି ଘଟିଛି। ଏଥର ଏବିଏସ୍ଏସ୍ ପକ୍ଷରୁ ଆୟୋଜିତ ମହାଆଳତି ଦର୍ଶକଙ୍କ ବେଶ ମନମୋହି ଥିଲା। ସେହିପରି ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କୋଲକତାର ଡ୍ୟାନ୍ସ ଗୃପ, ଚାର୍ଲି ଚାପଲିନ, ମୟୁରୀ ନୃତ୍ୟ, ନୃସିଂହ ଅବତାର, ହନୁମାନ ମେଢ, ଜଗନ୍ନାଥ ମେଢ, ଘଂଟବାଦ୍ୟ ପ୍ରମୁଖ ଯାତ୍ରାକୁ ଆହୁରି ମନୋଲୋଭା କରିଥିଲା। ଏଥର ମହାଦେବ ଦେବୀଙ୍କ ଚାନ୍ଦି ମେଢ ବିଶେଷ ଆକର୍ଷଣ ପାଲଟିଥିଲା। ଯାତ୍ରାରେ ଏବିଏସ୍ଏସ୍ର ସମସ୍ତ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande