
ଭୁବନେଶ୍ୱର , 20 ଜୁନ୍ (ହି.ସ.)- ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟରେ ପିଲାଙ୍କ ବହି ଛପାଇ, ବହିରେ ହଜାର ହଜାର ଭୁଲ୍ ମୁଦ୍ରଣ ଓ ଭୁଲ୍ ବହିକୁ ପୁନଃ ମୁଦ୍ରଣ ନକରି ପିଲାଙ୍କୁ ଓ ଶିକ୍ଷକଙ୍କୁ ନିଜେ ସଂଶୋଧନ କରି ପାଠ ପଢ଼ିବାକୁ ଓ ପଢ଼େଇବାକୁ କହିବା, ଗୋଟିଏ ଦାୟିତ୍ୱହୀନ ଅପାରଗ ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଭଗବତୀ ଭବନଠାରୁ ଶତାଧିକ ବିକେଏମ୍ୟୁ କର୍ମୀ ହାତରେ ପ୍ଲାକାର୍ଡ, ବ୍ୟାନର ସହ ବିଭିନ୍ନ ସ୍ଲୋଗାନ ଦେଇ ରାଜମହଲ ଛକଠାରେ ପହଞ୍ଚô ରାସ୍ତାରୋକୋ ଓ ବିକ୍ଷୋଭ କରିଥିଲେ । ଉପସ୍ଥିତ ଜନସାଧାରଣ ଓ ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା କହିଲେ - ଆମ ରାଜ୍ୟରେ ସରକାରୀ ପ୍ରେସ୍ ଥିବାବେଳେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଦ୍ରଣ କରି ଦୁଇ ହଜାରରୁ ଊଦ୍ଧ୍ୱର୍ ଶବ୍ଦ, ଭାଷା ଓ ଚିତ୍ର ଭୁଲ ମୁଦ୍ରଣ କରି ପିଲାଙ୍କୁ ଓ ଶିକ୍ଷକଙ୍କୁ ନିଜେ ସଂଶୋଧନ କରି ପଢ଼ିବା ଓ ପଢ଼ାଇବା କହି ସରକାର ନିଜ ଦାୟିତ୍ୱରୁ ଖସିଯିବା ସହ ପିଲା, ଅଭିଭାବକ ସହ ସମଗ୍ର ଶିକ୍ଷକ ସମାଜ ଓ ରାଜ୍ୟ ଚିନ୍ତାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ମଉଜରେ ବ୍ୟସ୍ତ ଅଛନ୍ତି । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏହି ଭୁଲ୍ ବହିକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେବା ତାଲିବାନୀ ଶିକ୍ଷା ବ୍ୟବସ୍ଥା ସହ ତୁଳନା କରି ତୀବ୍ର ସମାଲୋଚନା କରିଥିଲେ । ଓଡ଼ିଶାର ଐତିହ୍ୟ, ଇତିହାସ, ପରମ୍ପରାକୁ ବିଶ୍ୱ ଦରବାରରୁ ବହୁ ଗୁଣି, ବୁଦ୍ଧିଜୀବୀ, ଜ୍ଞାନୀ ଗବେଷକ ଗବେଷଣା ପାଇଁ ଆମ ରାଜ୍ୟକୁ ଆସୁଥିବାବେଳେ ରାଜ୍ୟ ସରକାରଙ୍କ ଏଭଳି ମୁଦ୍ରଣ ରାଜ୍ୟର ସମ୍ମାନକୁ କ୍ଷୂର୍ଣ୍ଣ କରିଛି ।
ତୁରନ୍ତ ରାଜ୍ୟ ସରକାର ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ବୋର୍ଡରେ ଶିକ୍ଷିତ, ଜ୍ଞାନି ଓ ବୁଦ୍ଧିଜୀବୀମାନଙ୍କୁ ନେବା, ତ୍ରୁଟିଥିବା ବହିକୁ ବାତିଲ୍ କରି ନୂତନ ବହି ମୁଦ୍ରଣ କରି ପିଲାଙ୍କୁ ବାଣ୍ଟିବା, ଦାୟୀ ବ୍ୟକ୍ତିବିଶେଷଙ୍କୁ ଦଣ୍ଡଦେବା ସହ ଖର୍ଚ୍ଚ ହୋଇଥିବା ଶହଶହ କୋଟି ଟଙ୍କାକୁ ସେମାନଙ୍କଠାରୁ ଭରଣା କରି, ଏଭଳି ଜଣେ ଦାୟିତ୍ୱହୀନ ଦୁର୍ବଳ ସମ୍ପନ୍ନ ଶିକ୍ଷା ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା, କୋମଳମତି ପିଲାଙ୍କ ଭବିଷ୍ୟତ ସହ ନଖେଳିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବିକ୍ଷୋଭ ଓ ରାସ୍ତାରୋକୋରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ବିକେଏମ୍ୟୁ ରାଜ୍ୟ ସହ ସମ୍ପାଦକ ଶଙ୍କର୍ଷଣ ବାରିକ, ଜୋନ୍ ସମ୍ପାଦକ କୈଳାସ ପୁହାଣ, ସର୍ବେଶ୍ୱର ମାର୍ଥା, ଶରତ ସ୍ୱାଇଁ, ଅଭୟ ବାରିକ, ରଘୁନାଥ ନାୟକ, ଅଶୋକ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା