
ଭୁବନେଶ୍ୱର, ୨୦ ଜୁନ୍ (ହି.ସ.) - ସିଏମଓରୁ ଫାଇଲ୍ ଚୋରି ମାମଲାରେ ସାଧାରଣ ପ୍ରଶାସନ ବିଭାଗରେ କ୍ୟାପିଟାଲ୍ ଥାନା ପୋଲିସ୍ ଛାନଭିନ୍ କରିଛି । ପୂର୍ବରୁ ଗୃହ ବିଭାଗକୁ ଯାଇ ପୋଲିସ ପଚରାଉଚରା କରିଥିଲା ।
ସୂଚନାଯୋଗ୍ୟ ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ୍ ଗାୟବ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହା ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଏବଂ ସମ୍ ହସ୍ପିଟା ଅଗ୍ନିକାଣ୍ଡ ମାମଲାର ତଦନ୍ତ ରିପୋର୍ଟ ଅନ୍ତର୍ଭୁକ୍ତ। ତତ୍କାଳୀନ ସିଏମଓକୁ ଫାଇଲ୍ ଯିବାର ରେକର୍ଡ ରହିଛି। ମାତ୍ର ୨ ଫାଇଲ୍ ଫେରିବା ନେଇ କୌଣସି ପ୍ରମାଣ ମିଳି ପାରିନି। ଏନେଇ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା