ମଣ୍ଡିରୁ ଶୀଘ୍ର ଧାନ ଉଠାଇବା ଦାବିରେ ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ଜୟପୁର, ୨୦ ଜୁନ୍(ହି.ସ.) – କୃଷକ କଲ୍ୟାଣ ମଂଚ କୋଟପାଡ଼ ଘୁମରର ଚାଷି ଆଜି ଜୟପୁର ସ୍ଥିତ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଲେ ଚାଷୀ। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଘୁମର
ମଣ୍ଡିରୁ ଶିଘ୍ର ଧାନ  ଉଠାଇବା ଦାବିରେ  ଯୋଗାଣ ଅଧିକାରିଙ୍କ ଦ୍ୱାରସ୍ଥ ହେଲେ ଚାଷି


ମଣ୍ଡିରୁ ଶିଘ୍ର ଧାନ  ଉଠାଇବା ଦାବିରେ  ଯୋଗାଣ ଅଧିକାରିଙ୍କ ଦ୍ୱାରସ୍ଥ ହେଲେ ଚାଷି


ଜୟପୁର, ୨୦ ଜୁନ୍(ହି.ସ.) – କୃଷକ କଲ୍ୟାଣ ମଂଚ କୋଟପାଡ଼ ଘୁମରର ଚାଷି ଆଜି ଜୟପୁର ସ୍ଥିତ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଲେ ଚାଷୀ। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଘୁମର ପିସିସି ପାଇଁ ଅପଯ୍ୟାପ୍ତ ଟାର୍ଗେଟ ଦିଆଯାଉ, ମିଲରଙ୍କ ଅସହ ଯୋଗ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ରାଇସ ମିଲ୍ରେ ପର୍ଯ୍ୟାପ୍ତ କ୍ଷମତା ଥିବା ସତ୍ୱେ ନିୟମିତ ଭାବରେ ଗାଡ଼ି ପଠାଉ ନାହାଁନ୍ତି। କେବଳ ୫୦ ପ୍ରତିଶତ ଧାନ ଉଠାଇ ବାକି ୫୦ ପ୍ରତିଶତ ଧାନକୁ ମଣ୍ଡିରେ ଛାଡ଼ି ଦେଉଛନ୍ତି। ଫଳରେ ୭.୫୩୭.୪୪ କ୍ୱିଇଂଟାଲ ଧାନ ମଣ୍ଡିରେ ପଡ଼ିରହିଛି, ବର୍ଷା ପବନରେ ଧାନ ନଷ୍ଟ ହେବା ଆଶଙ୍କା ରହିଛି। ଏହି ମନମୁଖୀ କାଯ୍ୟକଳାପ ଯୋଗୁଁ ଚାଷୀମାନେ ବାରମ୍ବାର ମଣ୍ଡିକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ସମୟ, ଅର୍ଥ, ଶ୍ରମର କ୍ଷତି ଘଟୁଛି। ଦାନ ବିକ୍ରୟ ନହେବା ଯୋଗୁଁ ଆର୍ôଥକ ଓ ମାନସିକ ଚାପରେ ରହୁଛନ୍ତି ଚାଷୀ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ରାଇସ୍ ମିଲ୍କୁ ତୁରନ୍ତ ଶହେ ପ୍ରତିଶତ ବଳକା ଧାନ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଉ, ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ଦାବି ରହିଛି। ଚାଷୀମାନେ ଆଦି ଘୁମର ପିସିସି ପାଇଁ ଅତିରିକ୍ତ ୫, ୫୫୨ ୬୬ କ୍ୱିଇଂଟାଲ ଟାର୍ଗେଟ ତୁରନ୍ତ ମଞ୍ଜୁର କରାଯାଉ, ଦିଆଯାଇଥିବା ୨ଟି ରାଇସମ ମିଲ୍କୁ ଅବିଳମ୍ବେ ଶହେ ପ୍ରତିଶତ ବଳକା ଧାନ ଉଠାଇବୁ ନିର୍ଦ୍ଦେଶ ଦିଆଯାଉ, ମିଲରଙ୍କ ଅନିୟମିତତା ଓ ଚାଷୀ ହଇରାଣ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ୟୁରିଆ ସାରର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରାଯାଇ ଦୈନିକ ବଂଟନ କୋଟାକୁ ୭୦ ପ୍ୟାତେଟରୁ ବୃଦ୍ଧି କରି ଅତିକମରେ ୨ ଶହ ପ୍ୟାକେଟ କରାଯାଉ, ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ସମଗ୍ର ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଘୁମର ମଣ୍ଡିରେ ୪୦୨ ଜଣ ଚାଷୀ ପଞ୍ଜିକୃତ କରିଥିବାବେଳେ ୭,୫୩୬.୪୪ କ୍ୱିଇଂଟାଲ ଧାନ ବଳକା ରହିଛି। ତୁରନ୍ତଦାବି ପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଞ୍ଜୟ କୁମାର ବେହେରା, ସୁରେଶ ମାଝୀ, ସୁନାଧର ରଣା ଭାସ୍କର ନାୟକ ପ୍ରମୁଖ ଚେତାବନି ଦେଇଛନ୍ତି। ସେହିପରି ଜୟପୁର ବ୍ଲକ ଅନ୍ତର୍ଗତ ଘିଉରିର ଚାଷୀମାନେ ମଧ୍ୟ ଆଜି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଧାନ ଶୀଘ୍ର ଉଠାଇବାକୁ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande