ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ- ଜିଲ୍ଲାପାଳ
ବଲାଙ୍ଗୀର, ୨୦ ଜୁନ୍ - ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ବଲାଙ୍ଗୀର ସହରର ବେହେରାପାଲି ବନ୍ଧ, କରଙ୍ଗାକଟା ବନ୍ଧ ଏବଂ ନରସିଂ ବନ୍ଧରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ। ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସ୍
ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ- ଜିଲ୍ଲାପାଳ


ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ- ଜିଲ୍ଲାପାଳ


ବଲାଙ୍ଗୀର, ୨୦ ଜୁନ୍ - ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ବଲାଙ୍ଗୀର ସହରର ବେହେରାପାଲି ବନ୍ଧ, କରଙ୍ଗାକଟା ବନ୍ଧ ଏବଂ ନରସିଂ ବନ୍ଧରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ।

ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସ୍ଥାନୀୟ କାଉନ୍ସିଲରମାନେ, ବଲାଙ୍ଗୀର ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବଲାଙ୍ଗୀର ପୌରପାଳିକା ପକ୍ଷରୁ ଚାଲିଥିବା ୧୧ଟି ପୋଖରୀର ପୁନରୁଦ୍ଧାର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ପୋଖରୀଗୁଡ଼ିକୁ ମଡେଲ ପୋଖରୀରେ ପରିଣତ କରାଯିବା ସହିତ ଚାରିପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ଏହାଦ୍ୱାରା ବଲାଙ୍ଗୀର ସହରକୁ ଏକ ଆଦର୍ଶ ନଗର ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଏଥିପାଇଁ ସେ ସହରବାସୀଙ୍କୁ ପୌରପାଳିକାକୁ ସମ୍ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ କରାଯାଇଥିବା ୱାଲ୍ ପେଂଟି ଓ ଚିତ୍ରକଳା କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ପୋଖରୀଗୁଡ଼ିକରେ ପରିବେଶ ଅନୁକୂଳ ବିକାଶ ଏବଂ ପକ୍ଷୀମାନଙ୍କ ଆଗମନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅଧିକ ସବୁଜୀକରଣ ଓ ଆକର୍ଷଣୀୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ପରିଶେଷରେ ଜିଲ୍ଲାପାଳ ବଲାଙ୍ଗୀର ପୌରପାଳିକାର ପୌରାଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନଙ୍କର ଉଦ୍ୟମ ଓ କାର୍ଯ୍ୟ ଦକ୍ଷତାର ଓ ସାଧାରଣ ଜନତାଙ୍କ ଭାଗିଦାରୀତାକୁଭୂୟସୀ ପ୍ରଶଂସା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande