କଟକ ସମ୍ବଲପୁର ଜାତୀୟ ରାଜପଥ ଉପରେ ଓଲଟିଲା ମାଲ ବୋଝେଇ ଟ୍ରକ
ସମ୍ବଲପୁର, ୨୦ ଜୁନ୍(ହି.ସ.) – ୧୯ ତାରିଖ ବିଳମ୍ବିତ ରାତ୍ରି ତଥା ୨୦ ତାରିଖ ପ୍ରତ୍ୟୁଷରେ କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଛତିଶଗଡ଼ରୁ ଅନୁଗୋଳ ଯାଉଥିବା ଏହି ମାଲବାହୀ ଟ୍ରକ୍ ମାତ୍ରାଧିକ ବେ
କଟକ ସମ୍ବଲପୁର ଜାତୀୟ ରାଜପଥ ଉପରେ ଓଲଟିଲା ମାଲ ବୋଝେଇ ଟ୍ରକ

କଟକ ସମ୍ବଲପୁର ଜାତୀୟ ରାଜପଥ ଉପରେ ଓଲଟିଲା ମାଲ ବୋଝେଇ ଟ୍ରକ

କଟକ ସମ୍ବଲପୁର ଜାତୀୟ ରାଜପଥ ଉପରେ ଓଲଟିଲା ମାଲ ବୋଝେଇ ଟ୍ରକ

ସମ୍ବଲପୁର, ୨୦ ଜୁନ୍(ହି.ସ.) – ୧୯ ତାରିଖ ବିଳମ୍ବିତ ରାତ୍ରି ତଥା ୨୦ ତାରିଖ ପ୍ରତ୍ୟୁଷରେ କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଛତିଶଗଡ଼ରୁ ଅନୁଗୋଳ ଯାଉଥିବା ଏହି ମାଲବାହୀ ଟ୍ରକ୍ ମାତ୍ରାଧିକ ବେଗରେ ଯାଉଥିବାବେଳେ ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ନିକଟରେ ରୋଡ ଡିଭାଇଡରରେ ପିଟି ହୋଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ କେବଳ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande