ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ନିଯୁକ୍ତି ନେଇ ବିଧାୟକଙ୍କ ଦାବି
ଜୟପୁର, ୨୦ ଜୁନ୍ (ହି.ସ.) - ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଓ କର୍ମଚାରୀଙ୍କ ଖାଲି ପଦବୀ ପୂରଣ ପାଇଁ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କ ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦୀର୍ଘଦିନ ଧରି ଡାକ୍
ଡାକ୍ତର ନିଯୁକ୍ତି ନେଇ ଦାବି


ଜୟପୁର, ୨୦ ଜୁନ୍ (ହି.ସ.) - ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଓ କର୍ମଚାରୀଙ୍କ ଖାଲି ପଦବୀ ପୂରଣ ପାଇଁ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କ ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦୀର୍ଘଦିନ ଧରି ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟାପକ ଭାବେ ପ୍ରଭାବିତ ହେଉଥିବା ପ୍ରସଙ୍ଗକୁ ନେଇ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଗତ ୦୩.୦୬.୨୦୨୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ନିକଟରେ ଏକ ପତ୍ର ପ୍ରଦାନ କରିଥିଲେ।

ଉକ୍ତ ଦାବିକୁ ଗୁରୁତ୍ୱର ସହ ବିଚାର କରି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶାଖାକୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରେରଣ କରାଯାଇଛି।

ପତ୍ରରେ ଜୟପୁର ରେ ଡାକ୍ତର ଓ କର୍ମଚାରୀଙ୍କ ତୀବ୍ର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟାହତ ହେଉଥିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଶୀଘ୍ର ଖାଲି ପଦବୀ ପୂରଣର ଆବଶ୍ୟକତା ଉଲ୍ଲେଖ କରାଯାଇଛି। ଏହା ସହିତ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ଜୟପୁର ଓ ସମଗ୍ର କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande