ଯୁଗ୍ମ ଅଭିଯୋଗ ଶୁଣାଣି ୩୦ ତାରିଖରେ ଗୋପ ବ୍ଲକ ଠାରେ
ପୁରୀ, ୨୦ ଜୁନ୍ (ହି.ସ.)- ଚଳିତ ମାସ ୩୦ ତାରିଖ ପୂର୍ବାହ୍ନ ୧୦ ଟାରେ ଗୋପ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଶିବିର ୨୯ ତାରିଖ ପାଇଁ ଧାର୍ଯ୍ୟ ଥିଲା। ତେବେ ୨
ଯୁଗ୍ମ ଅଭିଯୋଗ ଶୁଣାଣି ୩୦ ତାରିଖରେ ଗୋପ ବ୍ଲକ ଠାରେ


ପୁରୀ, ୨୦ ଜୁନ୍ (ହି.ସ.)- ଚଳିତ ମାସ ୩୦ ତାରିଖ ପୂର୍ବାହ୍ନ ୧୦ ଟାରେ ଗୋପ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଶିବିର ୨୯ ତାରିଖ ପାଇଁ ଧାର୍ଯ୍ୟ ଥିଲା। ତେବେ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବାରୁ ଓ ସମସ୍ତ ଅଧିକାରୀ ମାନେ ସେଥିରେ ବ୍ୟସ୍ତ ରହୁଥିବାରୁ ଏହା ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାହୁ ଅବଗତ କରାଇଛନ୍ତି।

ସେହିପରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚଳିତ ମାସ ୨୨ ତାରିଖରେ ଡେଲାଙ୍ଗ ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ପୂର୍ବାହ୍ନ ୧୦ଟା ରେ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande