
କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ନଗଡା ର ନାମ ଅନେକ ଜାଣିଥିବେ କ୍ଷ ସେମାନେ ମୌଳିକ ସୁବିଧାରୁ ବଂଚିତ ଅଟନ୍ତି। ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ପଂଚାୟତ ର ଟିକରପଡା ଗ୍ରାମ ଏବେବି ଅଭାବ ଅନଟନ ର ଉଦାହରଣ ରେ ରହିଛି। ବଜାରର ବହୁତ ଦୂରତା ଥିବାରୁ ଅର୍ଥର ଅଭାବ ଥିବାରୁ ବସ୍ତ୍ରର ବହୁତ ଅଭାବ ଏଠାରେ ପରିଲକ୍ଷିତ ହୋଇଥାଏ। ଦୈତାରି ପାହାଡ଼ ର ପାଦ ଦେଶ ରେ ଅବସ୍ଥିତ ଏହି ଯୁଆଙ୍ଗ ବସ୍ତିରେ ଚର୍ମ ଜନିତ ରୋଗ ସହ ଖାଦ୍ୟ ଓ ବସ୍ତ୍ରର ଅଭାବ ରହିଛି। ଜଙ୍ଗଲ କାଠ ଓ ପତ୍ର ସଂଗ୍ରହ ରେ ଏମାନେ ଚଳିଥାନ୍ତି। ଏହିପରି ଅବସ୍ଥାକୁ ଅନୁଧ୍ୟାନ କରିବା ପରେ ଓଡିଶାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଏକ ଟିମ୍ ଏହି ସ୍ଥାନରେ ପହଂଚିଥିଲା। ବସବାସ କରିଥିବା ଅନ୍ୟୁନ ପଚାଶ ପରିବାରଙ୍କ ପାଇଁ ବସ୍ତ୍ର ତାଙ୍କ ଅଂଚଳରେ ପହଂଚାଇଥିଲେ। ଛୋଟ ଛୁଆମାନେ ବସ୍ତ୍ର ପାଇବା ପରେ ଖୁସି କହିଲେ ନସରେ। ବୟସ୍କମାନେ ନିଜ ନିଜ ପରିବାର ପାଇଁ ବସ୍ତ୍ର ସଂଗ୍ରହ କରିଥିଲେ। ପରିଶେଷରେ ବୁଢ଼ୀ ମା ଓ ବୁଢା ବାପା ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କେଦାର ସ୍ୱାଇଁ, ମନୋଜ ରାଉତ, ରାକେଶ ବଳ, ତପନ ସେନାପତି, ମନୋଜ ନାୟକ, ରମେଶ ଦେଉରୀ, ସୀତାରାମ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି