ରାଉରକେଲାରେ ହତ୍ୟା ଅଭିଯୁକ୍ତ ୨ ଜଣଙ୍କୁ ଏନକାଉଂଟର
ରାଉରକେଲା, ୨୦ ଜୁନ୍ (ହି.ସ.)- ରାଉରକେଲାରେ ଡବଲ ଏନକାଉଂଟର । ଆଜି ସକାଳୁ ରାଉରକେଲା ପୋଲିସର ଏନକାଉଂଟରରେ ୨ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନେ ହେଲେ ଚୁନୁ ଓ ସୁଶାନ୍ତ । ରାଉରକେଲା ସେକ୍ଟର-୬ରେ ଗତ ୧୬ ତାରିଖରେ ଘଟିଥିବା ହତ୍ୟାକାଣ୍ଡରେ ଏମାନେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି । ଦୁଇ ଅଭ
ରାଉରକେଲାରେ ହତ୍ୟା ଅଭିଯୁକ୍ତ ୨ ଜଣଙ୍କୁ ଏନକାଉଂଟର


ରାଉରକେଲା, ୨୦ ଜୁନ୍ (ହି.ସ.)- ରାଉରକେଲାରେ ଡବଲ ଏନକାଉଂଟର । ଆଜି ସକାଳୁ ରାଉରକେଲା ପୋଲିସର ଏନକାଉଂଟରରେ ୨ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନେ ହେଲେ ଚୁନୁ ଓ ସୁଶାନ୍ତ । ରାଉରକେଲା ସେକ୍ଟର-୬ରେ ଗତ ୧୬ ତାରିଖରେ ଘଟିଥିବା ହତ୍ୟାକାଣ୍ଡରେ ଏମାନେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି । ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତ ଆଜି ସକାଳୁ ନିଜ ଅଂଚଳ ଝିରପାଣିରୁ ଅନ୍ୟ କୌଣସି ଅଂଚଳକୁ ଚାଲିଯାଉଥିବା ଖବର ପାଇ ପୋଲିସ ସେମାନଙ୍କର ପିଛା କରିଥିଲା । ହେଲେ ଏତିକିବେଳେ ସେଠାରୁ ଖସିଯିବାକୁ ଉଦ୍ୟମ କରି ଅଭିଯୁକ୍ତ ଦ୍ୱୟ ପୋଲିସ ଉପରକୁ ଫାୟାରିଂ କରିଥିଲେ । ପରେ ପୋଲିସ ଏହାର ପାଲଟା ଜବାବ ରଖିଥିଲା । ଫଳରେ ଉଭୟଙ୍କ ଗୋଡରେ ଗୁଳି ବାଜିଥିଲା ଏବଂ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଆହତ ଅଭିଯୁକ୍ତ ଦ୍ୱୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande