ଜିଲ୍ଲାସ୍ତରୀୟ ଆମ୍ବ ମେଳା ଗାଁ ଆମ୍ବ ପସରା ଉଦ୍ଘାଟିତ
ନୂଆପଡ଼ା, ୨୦ ଜୁନ୍(ହି.ସ.) – ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି(ଓରମାସ) ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ଜିଲ୍ଲା ମୁଖ୍ୟାଳୟ ପରିସରରେ ପାଂଚଦିନିଆ ଜିଲ୍ଲାସ୍ତରୀୟ ଆମ୍ବ ମେଳା-୨୦୨୬ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘା
Jillastariya amba mahoschav


ନୂଆପଡ଼ା, ୨୦ ଜୁନ୍(ହି.ସ.) – ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି(ଓରମାସ) ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ଜିଲ୍ଲା ମୁଖ୍ୟାଳୟ ପରିସରରେ ପାଂଚଦିନିଆ ଜିଲ୍ଲାସ୍ତରୀୟ ଆମ୍ବ ମେଳା-୨୦୨୬ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ।

ଏହି ଅବସରରେ ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଡିଏଫ୍ଓ ବନ୍ୟଜନ୍ତୁ ସମୀର କୁମାର ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଓରମାସ ଡେପୁଟି ସିଇଓ ବିଦେଶ ଘୋଷ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷର ଆମ୍ବ ମେଳାରେ ଜିଲ୍ଲାର ସ୍ଥାନୀୟ ଚାଷୀ ଓ ଉଦ୍ୟୋଗୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରାୟ ୪୫ଟି ଉନ୍ନତ ପ୍ରଜାତିର ଆମ୍ବ ପ୍ରଦର୍ଶିତ ହୋଇଛି। ଏଥିରେ ମିୟାଜାକି, ଅମୃତମ୍ ଆଇସ୍ ବକ୍ସ, ବାନାନା ମ୍ୟାଙ୍ଗୋ, ୟୋୱିନ୍ ମ୍ୟାଙ୍ଗୋ, ଥାଇ ହ୍ୱାଇଟ୍, ଅରୁଣିମା, ଲାଲିମା, ନୀଳେଶ୍ୱରୀ ଓ ରୋମାନୀ ରତ୍ନ ପ୍ରମୁଖ ଆକର୍ଷଣୀୟ ପ୍ରଜାତିର ଆମ୍ବ ସ୍ଥାନ ପାଇଛି। ଜିଲ୍ଲାରେ ଆମ୍ବ ଚାଷକୁ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କ ପାଇଁ ବିପଣନ ସୁଯୋଗ ସୃଷ୍ଟି କରିବା, ଉନ୍ନତ ପ୍ରଜାତିର ଆମ୍ବ ଚାଷ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ମେଳାର ଉଦ୍ଦେଶ୍ୟ। ଉଲ୍ଲେଖଯୋଗ୍ୟ ଯେ, ଏହି ମେଳା ଆସନ୍ତା ୨୪ ଜୁନ ପର୍ଯ୍ୟନ୍ତ ଚାଲିବକ୍ଷ ଜନସାଧାରଣ ମେଳା ପରିଦର୍ଶନ କରିବା ସହ ବିଭିନ୍ନ ପ୍ରଜାତିର ଆମ୍ବ କ୍ରୟ କରିପାରିବେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande