
ବଲାଙ୍ଗିର, 20 ଜୁନ୍ (ହି.ସ.)
ପୂର୍ବତନ ହାଇସ୍କୁଲ ପ୍ରଧାନଶିକ୍ଷକ ସ୍ଵର୍ଗତ ବିପିନ ବିହାରୀ ଯୋଷୀଙ୍କ ଧର୍ମପତ୍ନୀ ବଲାଙ୍ଗିର ସହରର ଜଣେ ଧର୍ମପରାୟଣା,ମେଳାପୀ ଓ ସମାଜସେବୀ ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କର ଆଜି ସକାଳେ ପରଲୋକ ଘଟିଛି।ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାର , ବନ୍ଧୁ-ବାନ୍ଧବ, ଆତ୍ମୀୟ- ସ୍ୱଜନ ଏବଂ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ସେ ମୂଳତଃ ମେଣ୍ଡା ଗ୍ରାମର ବାସିନ୍ଦା ହେବା ସହ ଦୀର୍ଘଦିନ ଧରି ବଲାଙ୍ଗିର ସହରର ସୋମନାଥ ନଗରରେ ବସବାସ କରୁଥିଲେ।
ସରଳ, ଅମାୟିକ ଓ ପରୋପକାରୀ ସ୍ୱଭାବ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ପରର ଦୁଃଖରେ ଦୁଃଖୀ ହେଉଥିବା ଏହି ମହିୟସୀ ମହିଳା ପରିବାର ଓ ସମାଜ ମଧ୍ୟରେ ସ୍ନେହ, ସଦ୍ଭାବ ଏବଂ ସମ୍ପ୍ରତିର ବନ୍ଧନ ସୃଷ୍ଟିକରିଥିଲେ। ତାଙ୍କ ମୃତ୍ୟୁରେ ପରିବାର ସଦସ୍ୟମାନଙ୍କ ସମେତ ଅନେକ ଶୁଭେଚ୍ଛୁ ଗଭୀର ଶୋକ ପ୍ରକାଶ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ପାଖରେ ଜୈଷ୍ଠ ପୁତ୍ର ସୋମନାଥ ଯୋଶୀ,ବୋହୂ ସାଗରିକା, କନିଷ୍ଠ ପୁତ୍ର ସୁଶୀଲ ଯୋଶୀ,ବୋହୂ ସସ୍ମିତା,ଝିଅ ଅନୁପମl, ଜୁଆଇଁ ଗୋପୀନାଥ ଚାନ୍ଦ,ନାତି ନାତୁଣୀ ନୂପୁର,ଅଙ୍କୁର, ପାଲ୍ଲୁ,ପୁରବ,ଶୋଭନ,ରୋଶନ, ପ୍ରତ୍ୟୁଷ,ପୁତୁରା ସଂଜୀବ, ରାଜୀବ, ଦିଅର ଆର୍ତ୍ତ ମାନଭଞ୍ଜନ ଓ ମନୋରଞ୍ଜନ,ଭାଇ ନୀଳାଚଳ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
ତାଙ୍କ ଶେଷ ଦର୍ଶନ ପାଇଁ ମେଣ୍ଡା ଗ୍ରାମର ଗ୍ରାମବାସୀ,ବୁଦ୍ଧିଜୀବୀ, ବନ୍ଧୁ-ବାନ୍ଧବ ଏବଂ ଆତ୍ମୀୟ-ସ୍ୱଜନମାନେ ବହୁ ସଂଖ୍ୟାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ୱର୍ଗତା କ୍ଷୀରୋଦ୍ରୀ ଯୋଶୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ବିଭିନ୍ନ ମହଲରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ରବିବାର ସକାଳେ ବିଭୂତି ପଡ଼ା ଶ୍ମଶାନରେ ତାଙ୍କର ଆନ୍ତେଷ୍ଟି କ୍ରିୟା ସମାପନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ