ପାଟକୁରା ବିକାଶ କୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ଅରବିନ୍ଦ
କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଦୁଇ ବର୍ଷର କାର୍ୟ୍ୟକାଳ ପୂରଣ ହୋଇଥିଲେ ମଧ୍ୟ ଅଂଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପୋଲ ଓ ବନ୍ଧ ପ୍ରକଳ୍ପ ଆଜି ବି ଅଧାରେ ପଡ଼ି ରହିଛି। ବିଜେଡି ସରକାର ସମୟରୁ ଆରମ୍ଭ ହୋଇଥିବା ଅନେକ କାମ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବ
ପାଟକୁରା ବିକାଶ କୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ଅରବିନ୍ଦ


କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଦୁଇ ବର୍ଷର କାର୍ୟ୍ୟକାଳ ପୂରଣ ହୋଇଥିଲେ ମଧ୍ୟ ଅଂଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପୋଲ ଓ ବନ୍ଧ ପ୍ରକଳ୍ପ ଆଜି ବି ଅଧାରେ ପଡ଼ି ରହିଛି। ବିଜେଡି ସରକାର ସମୟରୁ ଆରମ୍ଭ ହୋଇଥିବା ଅନେକ କାମ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ବର୍ତମାନ ସରକାର ଓ ସ୍ଥାନୀୟ ବିଧାୟକଙ୍କ କାର୍ୟ୍ୟଦକ୍ଷତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ବସୁପୁର ପୋଲ ଠାରୁ ଡିହବଳରାମପୁର ପର୍ୟ୍ୟନ୍ତ ରାସ୍ତା କାମ ଅଧାରେ ଅଟକି ରହିଥିବାବେଳେ ଡିହବଳରାମପୁର ପୋଲ ନିର୍ମାଣ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ଆୟତପୁର ମା' ମଙ୍ଗଳା ମନ୍ଦିରଠାରୁ ଦାସସାହି ପର୍ୟ୍ୟନ୍ତ ରାସ୍ତା କାଦୁଅ ଓ ପଚରପଚର ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ପ୍ରତିଦିନ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାନକାର ଠାରୁ ସଠିଲୋ ପର୍ଯ୍ୟନ୍ତ ଲୁଣା ଓ କରାଣ୍ଡିଆ ନଦୀ ବନ୍ଧ ରାସ୍ତାର ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ବେଳେ ଏହାର ମରାମତି କାମ ଆଗକୁ ବଢ଼ୁନାହିଁ। ସଠିଲୋ ନଦୀପଥର ସୁରକ୍ଷା କାମ ନଦୀ ବାଲି ପଠାରେ ସୀମିତ ରହିଥିବା ଅଭିଯୋଗ ହେଉଛି। ଏପଟେ ଲୁଣା-କରାଣ୍ଡିଆ ପୋଲ ନିକଟ ବଜାରର ଉଭୟ ପାର୍ଶ୍ୱରେ ନଦୀକୂଳ ଅତଡ଼ା ଖସି ଯାଉଥିଲେ ମଧ୍ୟ ପଥର ପ୍ୟାକିଂ କାମ ହୋଇନଥିବାରୁ ସ୍ଥାନୀୟ ବ୍ୟବସାୟୀ ଓ ଅଂଚଳବାସୀଙ୍କ ଚିନ୍ତା ବଢ଼ିଛି। ବିକାଶର ପ୍ରତିଶ୍ରୁତି ଦେଇ ଜନତାଙ୍କ ଭୋଟ ପାଇଥିବା ଜନପ୍ରତିନିଧିଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ପରେ ମଧ୍ୟ ଯେତେବେଳେ ମୌଳିକ ଭିତିଭୂମି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରୁନାହିଁ, ସେତେବେଳେ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି- ଦୁଇ ବର୍ଷରେ ପାଟକୁରାକୁ ମିଳିଲା କଣ?’ ବିକାଶର ପ୍ରତିଶ୍ରୁତି ଓ ବାସ୍ତବ ଚିତ୍ର ମଧ୍ୟରେ ଥିବା ଫାରାକକୁ ନେଇ ଏବେ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande