
କନ୍ଧମାଳ, ୨୦ ଜୁନ୍ (ହି.ସ.)- କଟକର ଜବାହର ଲାଲ ନେହୁର ଇଣ୍ଡୋର ଷ୍ଟାଡିଅମରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ କନ୍ଧମାଳ ଜିଲ୍ଲା ଟାଏ କୋଣ୍ଡୋ ସଂଘ ଓ ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡେମୀ ତରଫରୁ ବିଭିନ୍ନ ବର୍ଗର ଖେଳାଳି ମାନେ,
ସୁପର ସବ ଜୁନିଅର, ସବ ଜୁନିଅର, କ୍ୟାଡେଟ, ଜୁନିଅର ଓ ସିନିଅର କ୍ୟାଟେଗୋରି ର ପିଲାମାନେ ଏହି ପ୍ରତିଯୋଗିତାରେ ୧୨ ଜଣ ଉଭୟ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ। ଯେଉଁ ଖେଳାଳି ମାନେ ସ୍ଵର୍ଣ ପଦକ ପାଇଛନ୍ତି ସେହି ଖେଳାଳି ମାନଙ୍କ ଭିତରୁ ସବ ଜୁନିଅର ଓ କ୍ୟାଡେଟ ବର୍ଗର ଖେଳାଳି ମାନଙ୍କର ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ଓଡିଶା ଓ ରାଜ୍ୟର ନାମ ଆଗକୁ ନେବାକୁ ବହୁତ ଇଚ୍ଛା ପ୍ରକାଶ ଜାରି ରଖିଛନ୍ତି।
ଏହି ଖେଳାଳି ମାନଙ୍କୁ କୋଚ ରମାକାନ୍ତ ବେହେରା, କୋଚ ପ୍ରିତମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳ ବେହେରା, ସେମାନଙ୍କର କୃତିତ୍ବ ପାଇଁ ଶୁଭେଚ୍ଛା ଜଣାଇ ଛନ୍ତି। ପ୍ରତାପ କୁମାର ମୁଖୀ ଓ ସମ୍ପାଦକ ପ୍ରଭାତ କୁମାର ସାହୁ ଖେଳାଳି ମାନଙ୍କୁ ଶୁଭେଚ୍ଛା ଆଶିର୍ବାଦ କରିଛନ୍ତି। ରାଜ୍ୟ ସଂଘର ସମ୍ପାଦକ ମନ ମୋହନ ଭଞ୍ଜ ଆଶିର୍ବାଦ ସହିତ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଛନ୍ତି। ଏହି ଖେଳାଳିମାନେ ଜାତୀୟ ସ୍ତରରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ